X
Breaking News
ନ୍ୟୁଜ୍

କୋଇଲା ଗାଡି ଧକ୍କାରେ ପୋଲିସ କନେଷ୍ଟବଳ ଗୁରୁତର

accident

ଭଦ୍ରକ: ଭଦ୍ରକରେ ପୁଣି ମାତିଛନ୍ତି କୋଇଲା ମାଫିଆ । ଧାମରାରୁ ଆସୁଥିବା ଚୋରା କୋଇଲା ଜ଼ିଲ୍ଲା ବାହାରକୁ ପ୍ରତିଦିନ ଚାଲାଣ ହଉଥିବା ସମୟରେ କୋଇଲା ମାଫିଆ ଓ ପୋଲିସ ମଧ୍ୟରେ ବିଭିନ୍ୟ ସମୟରେ ଛକାପଞ୍ଝା ଲାଗିରହିଛି । ଏଭଳି ଘଟଣା ପୁଣି ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ଏରଡ଼ା ନିକଟରେ ।

ଆଜି ଭୋର ସମୟରେ ଏରଡ଼ା ଦେଇ ଚୋରା ଚାଲାଣ ହେଉଥିବା କୋଇଲା ବୋଝେଇ ପିକଅପ୍ ଭ୍ୟାନକୁ ଧରିବାକୁ ସାବରଙ୍ଗ ଫାଣ୍ଡିର ଚାରି ଜଣ କନଷ୍ଟେବଳ ଉଦ୍ୟମ କରୁଥିବା ସମୟରେ କୋଇଲା ମାଫିଆଙ୍କ ଗାଡି ମାଡିଯାଇଥିଲା । ଆହତ ହୋଇଥିବା କନେଷ୍ଟବଳ ହେଲେ ରଜତ କୁମାର ପାଣିଗ୍ରାହୀ । ଏହି ଘଟଣାରେ କନେଷ୍ଟବଳଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଭଦ୍ରକ ଓ ପରେ କଟକ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପୋଲିସ କର୍ମଚାରୀ ମାନେ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ କୋଇଲା ବୋଝେଇ ଗାଡି ଓଲଟି ପଡିଥିବା ବେଳେ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top