ଅପରାଧ

ଅନୁଭବଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କୁ ନବୀନ ନିବାସ ସମ୍ମୁଖରୁ ଉଠାଇ ନେଲା ପୋଲିସ

Lady Journalist, complain against anuvab

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯାେଗ ଆଣିଥିବା ମହିଳା ସାମ୍ବାଦିକାଙ୍କୁ ନବୀନ ନିବାସ ସମ୍ମୁଖରେ ବଳ ପୂର୍ବକ ଉଠାଇ ନେଲା ପୋଲିସ । ସୂଚନା ଅନୁଯାୟୀ ଆଜି ସକାଳୁ ମହିଳା ଜଣକ ଅନୁଭବ ମହାନ୍ତିଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇବା ପାଇଁ ନବୀନ ନିବାସ ସମ୍ମୁଖରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ମୁତୟନ ଥିବା ସୁରକ୍ଷା ବଳ ତାଙ୍କୁ ଭିତରକୁ ଛାଡ଼ିନଥିଲେ । ଫଳରେ ମହିଳା ଜଣକ ନବୀନ ନିବାସ ସମ୍ମୁଖରେ ସାନ୍ତିପୂର୍ବକ ଧାରଣାରେ ବସିଥିଲେ । କିନ୍ତୁ ପୋଲିସ ମହିଳାଙ୍କୁ ସେଠାରେ ବସିବା ପାଇଁ ଅନୁମତି ଦେଇନଥିବା ବେଳେ ବାରଣ ମଧ୍ୟ କରିଥିଲା । କିନ୍ତୁ ମହିଳା ଜଣକ ଜିଦ୍‌ ଧରି ସେଠାରେ ଧାରଣାରେ ବସିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ବଳ ପୂର୍ବକ ମହିଳାଙ୍କୁ ସେଠାରୁ ଉଠାଇ ନେଇଥିଲା ।

ପୂର୍ବରୁ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାମରେ ମହିଳା ଜଣଙ୍କ ଦୁର୍ବ୍ୟବହାର ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ ସେ କଟକ ପୁରୀଘାଟ ଥାନାରେ ଏତଲା ମଧ୍ୟ ଦେଇଥିବା ବେଳେ ମାମଲା ରୁଜୁ ମଧ୍ୟ ହୋଇଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ନିଜ କର୍ମକ୍ଷେତ୍ରକୁ ଯିବା ବେଳେ ଅନୁଭବଙ୍କ ଭାଇ ଅନୁପ୍ରାସ ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ହଇରାଣ ହରକତ କରିବା ସହ କମେଣ୍ଟ ମାରୁଥିଲେ । ମହିଳା ଜଣଙ୍କ ଏହାର ବିରୋଧ କରିଥିଲେ । ଗତ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଯାଇ ଘଟଣା ସଂପର୍କରେ ସାମ୍ବାଦିକା ଜଣାଇଥିଲେ ମଧ୍ୟ ସାଂସଦ ଅନୁଭବ ଗୁହାରି ଶୁଣିବା ପରିବର୍ତ୍ତେ ତାଙ୍କୁ ଗାଳିଗୁଲଜ କରିଥିଲେ । ଏମିତି ଅନୁଭବ ଅଶ୍ଳୀଳ ଗାଳି ଦେବା ସହ ଛେପ ପକାଇ ସାମ୍ୱାଦିକାଙ୍କୁ  ଧକ୍କା ମାରିଥିବା ଅଭିଯୋଗରେ ଦର୍ଶାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top