ନ୍ୟୁଜ୍

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ

raid

ବାଲେଶ୍ୱର:  ବାଲିଆପାଳ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନାର କଚୂଆପଡ଼ା ଜୁଆଆଡ୍ଡା ଉପରେ ବାଲିଆପାଳ ପୋଲିସର ରାତି ଅଧିଆ ଚଢାଉ । ଏହି ଚଢ଼ାଉରେ 8ଟି ମଟର ସାଇକେଲ , ୧୧ହଜାର ୧୨୦ଟଙ୍କା ଓ ଜୁଆ ଖେଳ ସାମଗ୍ରୀ ଜବତ କରିଛି ପୋଲିସ ।

ଏହାସହ ପୋଲିସ ଘଟଣାସ୍ଥଳରୁ ସୁବଳ ଜେନା ସହିତ ପାଞ୍ଚଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ପଳାଇ ଯାଇଥିଲେ ।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ତେବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top