ଦେଶ

ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା

nobel prize

ଜେନେଭା: କ୍ରମାନୁସାରରେ ଗୁରୁବାର ଦିନ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୨୦୧୮ ମସିହା ଏବଂ ୨୦୧୯ ପାଇଁ ଏକା ସାଥିରେ ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି । ୨୦୧୮ ପାଇଁ ପୋଲାଣ୍ଡର ସାହିତ୍ୟିକା ଓଲ୍‌ଗା ଟୋକାର୍ଜକ୍‌ଙ୍କୁ ମନୋନୀତ କରାଯାଇଛି । ସେହିଭଳି ୨୦୧୯ ପାଇଁ ଅଷ୍ଟ୍ରିଆର ସାହିତ୍ୟିକ ପିଟର ହାଣ୍ଡକେ।ଙ୍କ ନାମ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ୨ ବର୍ଷ ପାଇଁ ଏକାଥରେ ନୋବେଲ ଦିଆଯାଉଛି। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। ଫଳରେ ଏଥିପାଇଁ ଗଠିତ କମିଟିର ଉଚ୍ଚପଦସ୍ଥ ଲୋକେ ପଦ ଛାଡ଼ିବାକୁ ପଡ଼ିଥିଲା। ଏଭଳି ବିବାଦ ପରେ ୨୦୧୮ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ବନ୍ଦ କରାଯାଇଥିଲା। ସାହିତ୍ୟ ଦୁନିଆରେ ଶ୍ରେଷ୍ଠ ପୁରସ୍କାର ମନେ କରାଯାଉଥିବା ଏହି ପୁରସ୍କାର ୧୯୦୧ରୁ ଆଜିଯାଏ ୧୧୪ ଜଣଙ୍କୁ ମିଳିସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ ମହିଳା ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top