ଦେଶ

ଚୀନ ସହ ଲିଙ୍କ୍ ନେଇ କଂଗ୍ରେସ ପାଇଁ ବଢିଲା ଅଡ଼ୁଆ, ସୋନିଆ ଗାନ୍ଧିଙ୍କୁ ଜେପି ନଡ୍ଡାଙ୍କ ୧୦ ପ୍ରଶ୍ନ

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଚୀନର ଫଣ୍ଡିଂ ନେଇ ବଢିଲା ବିବାଦ । କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ 10ଟି  ପ୍ରଶ୍ନ କରିଛନ୍ତି ନଡ୍ଡା ।

-ରିଜିଓନାଲ୍ କମ୍ପ୍ରିହେନସିଭ୍ ଇକୋନୋମିକ୍ ପାର୍ଟନରସିପର ଅଂଶ ହେବାର ଆବଶ୍ୟକତା କ’ଣ ଥିଲା ? ଚୀନ୍ ସହିତ ଭାରତର ବାଣିଜ୍ୟିକ ନିଅଣ୍ଟ 1.1 ବିଲିୟନ ଡ଼ଲାରରୁ 36.2 ବିଲିୟନ ଡ଼ଲାରକୁ କିପରି ବୃଦ୍ଧି ପାଇଲା ? ଆର୍ଥିକ ତୁଷ୍ଟିକରଣ ପାଇଁ ଏହା ନୁହେଁ ତ ?

-କଂଗ୍ରେସ ଏବଂ ଚୀନର କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ପ୍ରକୃତ ସମ୍ପର୍କ କ’ଣ ? ଦସ୍ତଖତ ଏବଂ ସ୍ୱାକ୍ଷରିତ ହୋଇନଥିବା ଅଲିଖିତ ଏମଓୟୁ କ’ଣ ?

-ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ଯୋଗାଯୋଗ ତଥା ଚାଇନାର କେନ୍ଦ୍ରୀୟ ସାମରିକ ଆୟୋଗ ସହିତ ରାଜୀବ ଗାନ୍ଧି ଫାଉଣ୍ଡେସନର ଭୂମିକା କ’ଣ ? ଏହା ଆମ ଦେଶର ନୀତି ନିର୍ମାତାମାନଙ୍କୁ କିପରି ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲା?

-ଦେଶ ଜାଣିବାକୁ ଚାହୁଁଛି ଯେ 2005 ରୁ 2008 ମଧ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଟଙ୍କା କାହିଁକି ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଯାଇଥିଲା ?

-ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିର ଅଡିଟର ସେତବେଳେ କିଏ ଥିଲେ ? ଏବଂ କାହିଁକି ତାଙ୍କୁ ଅଡିଟ୍ ପାଇଁ ଦିଆଗଲା ?

-ଜବାହାର ଭବନ ନିର୍ମିତ ଏତେ ମୂଲ୍ୟବାନ ଜମିକୁ ଚିରସ୍ଥାୟୀ ଲିଜ୍ ଉପରେ ରାଜୀବ ଗାନ୍ଧି ଫାଉଣ୍ଡେସନକୁ କିପରି ଦିଆଗଲା?

-ମନମୋହନ ସିଂ କହିବେ କି, ସ୍ମାରକୀ ଲୁଟ୍ ପଛରେ କାହାର ହାତ ଅଛି ?

-ରାଜୀବ ଗାନ୍ଧି ଫାଉଣ୍ଡେସନ ଏହାର ଆକାଉଣ୍ଟଗୁଡିକର CAG ଅଡିଟ୍ ପାଇଁ କାହିଁକି ମନା କରୁଛି ? ଫାଉଣ୍ଡେସନରେ RTI କାହିଁକି ପ୍ରଯୁଜ୍ୟ ନୁହେଁ?

-ରାଜୀବ ଗାନ୍ଧି ଚାରିଟେବୁଲ ଟ୍ରଷ୍ଟକୁ କିପରି ଏତେ ଡୋନେସନ ଆସୁଛି ?

-ମେହୁଲ ଚୋକସି କାହିଁକି ରାଜୀବ ଗାନ୍ଧି ଫାଉଣ୍ଡେସନରୁ ଟଙ୍କା ନେଇଥିଲେ ଏବଂ ସେ ଏହା ସହିତ କିପରି ସଂଯୁକ୍ତ ?

ପୂର୍ବରୁ ଚୀନ ସହ କଂଗ୍ରେସର ଲିଙ୍କ ନେଇ ବର୍ଷିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଦାବି କରିଥିଲେ , ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଫଣ୍ଡିଂ କରିଛି ଚୀନ ।  ୟୁପିଏ ୱାନ ସରକାରରେ 2005-06 ମସିହାର ଏହି ତଥ୍ୟ କହୁଛି ରାଜୀବ ଗାନ୍ଧି ଫାଉଣ୍ଡେସନ ଚୀନ ଠାରୁ ଡୋନେସନ ନେଇଥିଲା ।  ଚୀନ ଦୂତାବାସ ଏହି ଡୋନେସନ ଦେଇଥିବା ତଥ୍ୟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏମତି କଣ ଦରକାର ପଡିଲା ଯେ, ଚୀନ ଠାରୁ ଡୋନେସନ ନେବାକୁ ପଡିଲା ରାଜୀବ ଗାନ୍ଧି ଫାଉଣ୍ଡେସନକୁ ? ଏଥିରେ ଅନେକ ଶିଳ୍ପପତି ଓ ପିଏସୟୁଙ୍କ ନାଁ ରହିଛି । କଣ ଏହା ଯଥେଷ୍ଟ ହେଲାନି ଯେ କଂଗ୍ରେସକୁ ଚୀନ ଦୂତାବାସ ନିକଟରୁ ବି ଟଙ୍କା ନେବାକୁ ପଡିଲା ?  କଂଗ୍ରେସ ପକ୍ଷରୁ ଏହା ସୁଚିନ୍ତିତ ରଣନୀତି ନୁହେଁ କି ? ରାଜୀବ ଗାନ୍ଧି ଫାଉଣ୍ଡେସନ ଚୀନ ଠାରୁ ଟଙ୍କା ନେଉଥିବା ବେଳେ କଂଗ୍ରେସ ପାର୍ଟି ଫ୍ରେ ଟ୍ରେଡ୍ କଥା କହିବା କେତେଦୂର ଯଥାର୍ଥ ତାକୁ ନେଇ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top