ଦେଶ

ଅପରାହ୍ନ ୨ଟା ସୁଦ୍ଧା; ଜେଏମ୍‌ଏମ୍ ମେଣ୍ଟ ୪୦ ସିଟ୍‌, ବିଜେପି ୩୧ ସିଟ୍‌ରେ ଆଗୁଆ

Jharkhand

ଅର୍ଗସ ବ୍ୟୁରୋ: ଚାଲିଛି ଗଣତି । ଆଜି ପ୍ରକାଶ ପାଇବ ରେଜଲ୍ଟ । କିଏ ଜିତିବ କିଏ ହାରିବ ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ସରକାର କିଏ ଗଠନ କରିବ ସେନେଇ ମଧ୍ୟ ଅନିଶ୍ଚିତତା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ବିଜେପି ଅପରାହ୍ନ 2ଟା ସୁଦ୍ଧା ଏକାକି 31ଟି ଆସନରେ ଆଗୁଆ ଥିବା ବେଳେ ଜେଏମ୍‌ଏମ୍‌ କଂଗ୍ରେସ ଏବଂ ଆର୍‌ଜେଡି ମିଳିତ ଭାବେ 40 ଆସନରେ ଆଗୁଆ ରହିଛନ୍ତି । ତେବେ ବିଜେପି ମଧ୍ୟ ଅନ୍ୟଦଳ ମାନଙ୍କ ସହ ଆଲୋଚନା ଆରମ୍ଭ କରିଛି । ଯଦି ଅନ୍ୟାନ୍ୟ ଦଳ ବିଜେପିକୁ ସମର୍ଥନ କରନ୍ତି ତେବେ ବିଜେପି ମଧ୍ୟ ସରକାର ଗଠନ କରିବା ନେଇ ରାଜ୍ୟପାଳଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ ଯେହେତୁ ବିଜେପି ପୂର୍ବରୁ ସରକାରରେ ରହିଛି ତେଣୁ ବିଜେପିର ଦବଦବା ଅଧିକ ରହିବ ବୋଲି ଆଶା କରାଯାଉଛି ।

ତେବେ କିଏ ଜିତିବ ଝାଡ଼ଖଣ୍ଡ ନିର୍ବାଚନ ଆଉ ମାତ୍ର କିଛି ସମୟ ପରେ ତାହା ସ୍ପଷ୍ଟ ହୋଇଯିବ ? ଆଉ ଏହା ପରେ କିଏ ଗଠନ କରିବ ସରକାର ତାହା ମଧ୍ୟ । ଝାଡ଼ଖଣ୍ଡର 24 ଟି ଜିଲ୍ଲା ମୁଖ୍ୟାୟଳରେ କଡ଼ା ସୁରକ୍ଷା ବଳୟରେ ମତ ଗଣନା ଚାଲିଛି ।

 Election result

ତେବେ ପୂର୍ବରୁ ଆସିଥିବା ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ର ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡରେ ବିଜେପି ସରକାର ଗଠନ କରିପାରିବ ନାହିଁ ବୋଲି ଦର୍ଶାଯାଇଥିବା ବେଳେ କଂଗ୍ରେସର ମେଣ୍ଟ ଦଳ ସରକାର ଗଠନ କରିବ ବୋଲି କୁହାଯାଇଛି । ଅନ୍ୟପଟେ ବର୍ତ୍ତମାନ ସ୍ଥିତିକୁ ଦେଖି ବିଜେପି ଆଜ୍‌ସୁ ଏବଂ ଅନ୍ୟାନ୍ୟ ଦଳ ସହ ହାତ ମେଳାଇବା ପାଇଁ ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି । ଯଦି ଆଜ୍‌ସୁ ବିଜେପି ସହ ହାତ ମିଶାଇ ଦିଏ ତେବେ ବିଜେପି ସରକାର ଗଠନ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Election result

Raghubar-Das
BJP-Raghubar Das

81ଟି ସିଟ୍‌ରେ ମତଦାନ ହୋଇଥିଲା । ପାଞ୍ଚଟି ପର୍ଯ୍ୟାୟରେ 30 ନଭେମ୍ବରରୁ 20 ଡିସେମ୍ବର ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ଇଭିଏମ୍‌ରେ ବନ୍ଦ ଥିବା ନେତାଙ୍କ ଭାଗ୍ୟ ଆଜି ଖୋଲିବ । କିଏ ବାଜିମାରିବ ତ କିଏ ସାଇଲେଣ୍ଟ ରହିବ । ତେବେ କିଛି କିଛି ସ୍ଥାନରେ ସବୁଠାରୁ ଅଧିକ 28 ରାଉଣ୍ଡ ଗଣତି ହେବାକୁ ଥିବା ବେଳେ କିଛି ସ୍ଥାନରେ ଦୁଇ ରାଉଣ୍ଡ ଗଣତି ହେବ ବୋଲି ଜଣାପଡ଼ିଛି । ନିର୍ବାଚନ ଆୟୋଗ ପକ୍ଷରୁ ଗଣତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

JMM Sibu Soren
JMM-Sibu Soren

ନଜରରେ ଜାମ୍‌ସେଦ୍‌ପୁର ସିଟ୍‌
ଜମସେଦପୁର ପୁର୍ବ ସିଟ୍‌ରେ କିଏ ବାଜିମାରିବ, ସେନେଇ ସମସ୍ତଙ୍କ ନଜର ରହିଛି । କାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଏହି ସିଟ୍‌ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏହି ସିଟ୍‌ରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ 1995ରୁ ଜିତି ଆସିଛନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ତାଙ୍କ ପୂର୍ବତନ ସହଯୋଗୀ ସରୟୁ ରାଏ । ସରୟୁ ରାଏ ପୂର୍ବରୁ ରାଘୁବର ଦାସଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ବିଜେପିରୁ ସରୟୁ ରାଏଙ୍କୁ ଟିକଟ ନମିଳିବାରୁ ସେ ଦଳ ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ରାସ୍ତାରେ କଣ୍ଟା ହେବାକୁ ଚେଷ୍ଟା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top