ନ୍ୟୁଜ୍

ବଡଦାଣ୍ଡରେ ମଦ, ଆମିଷ ବିକ୍ରି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ପୁରୀ ବଡଦାଣ୍ଡରୁ ମଦ, ଆମିଷ ବିକ୍ରି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।  ଦେଶର ପ୍ରମୁଖ ଧାର୍ମିକ ଓ ପବିତ୍ର ସ୍ଥାନରେ ଆମିଷ ଓ ମଦ ବନ୍ଦ ହୋଇଥିବା ବେଳେ ବଡଦାଣ୍ଡରେ ଆମିଷ ଓ ମଦ ବିକ୍ରି ବନ୍ଦ କରିବାକୁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ।

ବିରୋଧୀ ଦଳ ନେତା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ମନ୍ଦିରଠାରୁ ମାଉସୀ ମା’ ମନ୍ଦିର ଯାଏ ବଡଦାଣ୍ଡରେ ମଦ ଓ ଆମିଷ ବନ୍ଦ କରାଯାଉ । ଚାରିଧାମ ମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ଅନ୍ୟତମ । ବିଶ୍ବର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ମହାପ୍ରଭୁଙ୍କ ଦର୍ଶନ କରୁଥିବାବେଳେ ପବିତ୍ରଧାମର ବଡଦାଣ୍ଡରେ ବହୁ ସଂଖ୍ୟାରେ  ମଦ ଦୋକାନ ଓ ଆମିଷ ଦୋକାନର ବ୍ୟବସାୟ ହେଉଛି ।

ଏପରିକି ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେଉଛନ୍ତି ଯାହା ଫଳରେ ଶ୍ରଦ୍ଧାଳୁ ଦର୍ଶନ କରିପାରୁଛନ୍ତି । ସେପଟେ ବଡଦାଣ୍ଡରେ ମଦ ଓ ଆମିଷ ବ୍ୟବସାୟ ବନ୍ଦ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top