ନ୍ୟୁଜ୍

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ

Letter

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ । ଦୀର୍ଘଦିନର ଦାବି ପରେ ରାଜ୍ୟ ସରକାର ଓଡିଆ ଭାଷାରେ ସରକାରୀ କାମ ହେବ ବୋଲି ସରକାରୀ ସ୍ତରରେ ନିଷ୍ପତି ନେଇ ଘୋଷଣା କରିଥିଲେ । ହେଲେ ତାହା କେବଳ ଘୋଷଣାରେ ରହିଯାଇଛି । ଆଜିବି ରାଜ୍ୟସରକାରଙ୍କର ଅଧିକାଂଶ ବିଭାଗରେ ସରକାରି କାମ ଇଂରାଜି ଭାଷାରେ ହେଉଛି । ଏଥିରୁ ବିଧାନସଭା ବି ବାଦପଡୁନି । ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ପ୍ରାୟ ସମସ୍ତ ଚିଠି ଏବେବି ଇଂରାଜି ଭାଷାରେ ହେଉଛି ।

ଓଡିଆ ଭାଷା ପ୍ରତି ଏପରି ବୈମାତୃକ ମନୋଭାବ କାହିଁକି । ବିଧାନସଭାରେ ଅନେକ ବିଭାଗର ସ୍ଥାୟୀ କମିଟିର ରିପୋର୍ଟ ଇଂରାଜି ଭାଷାରେ ଉପସ୍ଥାପିତ ହେଉଛି । ସେହିପରି ଅନେକ ବିଚାର ବିଭାଗୀୟ ରିପୋର୍ଟ, ବିଭାଗୀୟ ଖର୍ଚ୍ଚଦାବି, କମିଶନ ରିପୋର୍ଟ, ଅଧ୍ୟାଦେଶ ଆଦି ଓଡିଆ ଭାଷାରେ ସ୍ଥାପିତ ହେଉନାହିଁ । ବିଧାନସଭାରେ ସମସ୍ତ କାର୍ଯ୍ୟାବଳୀ ଓଡିଆ ଭାଷାରେ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ।

ଖାଲି ସେତିକି ନୁହେଁ ନ୍ୟାୟାଳୟମାନଙ୍କରେ ବି ମୁଖ୍ୟ ଭାଷା ଭାବରେ ଇଂରାଜି ଭାଷାର ବ୍ୟବହାର ହେଉଛି । ଫଳରେ ସରକାରୀ କାର୍ଯ୍ୟକ୍ରମ ହେଉ ବା ନ୍ୟାୟ ହେଉ ସାଧାରଣ ଲୋକମାନେ ଭାଷାର ବାଧକତା କାରଣରୁ ସେଥିରୁ ବଂଚିତ ହେଉଛନ୍ତି ବୋଲି ବିରୋଧିଦଳ ନେତା ଜଣାଇଛନ୍ତି ।

ପ୍ରଦୀପ୍ତ ଚିଠିରେ ଲେଖିଛନ୍ତି ଯେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଓଡିଆ ଭାଷାରେ ବ୍ୟବହାର କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ଦେଶର ଅନ୍ୟରାଜ୍ୟ ମାନେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣି ନିଜର ମାତୃଭାଷାରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେଣି । ହେଲେ ଓଡିଶା ଏ ଦିଗରେ ଏବେ ସୁଦ୍ଧା ଭାବିବା ବି ଆରମ୍ଭ କରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top