ଦେଶ

ସିଏମଙ୍କ ଅଭିମାନ ପରେ ରାମଜନ୍ମଭୂମିରେ ବ୍ୟାନ୍‌ ହେଲା ପଲିଥିନ୍‌

yogi

ଅଯୋଧ୍ୟା: ବିବାଦିତ ପରିସର ଶ୍ରୀରାମଜନ୍ମଭୂମୀରେ ପଲିଥିନ୍‌ରେ ପ୍ରସାଦ ନେବା ଉପରେ ପ୍ରଶାସନ ରୋକ ଲଗାଇଛନ୍ତି । ଏହି ପଦକ୍ଷେପ ଦୀପାବଳୀ ଦିନ ରାମଲଲାଙ୍କ ଦର୍ଶନ କରିବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଭିମାନ ପରେ ଏହି ପଦକ୍ଷେପ ଉଠାଯାଇଛି ।

ସୂଚନାମୁତାବକ, ଦୀପଉତ୍ସବରେ ଅଯୋଧ୍ୟା ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ  ଯୋଗୀ । ତା ପର ଦିନ ଅର୍ଥାତ 27 ଅକ୍ଟୋବରରେ ରାମଲଲାଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ସେ ରାମଜନ୍ମଭୂମୀ କ୍ଷେତ୍ର ଉପରେ ବହୁତ ପଲିଥିନ ପଡିଥିବା ଦେଖିବାକୁ ପାଇଥିଲେ। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ରାଗୀ ଯାଇ କହିଥିଲେ ଯେ, ଯେତେବେଳେ ପୁରା ଦେଶରେ ପଲିଥିନ୍‌ ବ୍ୟାନ୍‌ କରାଯାଇଛି ତାହାଲେ ଏଠି କଣ ପାଇଁ ବ୍ୟାନ କରାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିମାନ ପରେ ରାମଜନ୍ମଭୂମୀରେ ପଲିଥିନ୍‌ ବ୍ୟାନ କରାଯାଇଛି ।

ଭଗବାନ ରାମଲଲାଙ୍କୁ ଇଲାୟଚୀଦାନା, ମିଶ୍ରୀ, କଞ୍ଚା ଚିନାବାଦାମର ପ୍ରସାଦ ଚଢା ଯାଇଥାଏ । ତେବେ ପଲିଥିନ୍ ବ୍ୟାନ୍‌ ପରେ ଏହି ପ୍ରସାଦକୁ ବିକ୍ରି କରିବା ପାଇଁ କପଡା-କାଗଜର ଥାଳି ନଥିବାରୁ ବିକ୍ରେତା ଦୁଇ ଦିନ ହେବ ବହୁ ସମସ୍ୟର ସମ୍ମୁଖୀନ ହେଉଛନ୍ତି । ଏନେଇ ସେଠାକାର କମିଶନର ମନୋଜ ମିଶ୍ର କହିଛନ୍ତି ଯେ, ରାମଲଲାଙ୍କୁ ପ୍ରସାଦ ଚଢାଇରେ କିଛି ରୋକ ଲାଗାଯାଇ ନାହିଁ , କେବଳ ପଲିଥିନ୍‌ର ବ୍ୟବହାର ଉପରେ ରୋକ ଲଗାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top