ଦେଶ

ଏୟାର କ୍ରାଫ୍ଟ ବିଲ ଗୃହୀତ, ଆସନ୍ତାକାଲି ପାରିତ ହୋଇପାରେ ଆୟୁର୍ବେଦିକ ଇନଷ୍ଟିଚ୍ୟୁସନ ବିଲ- ପ୍ରସନ୍ନ ଆଚାର୍ଯ୍ୟ

ଅର୍ଗସ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବେଶ୍ ସରଗରମ ହୋଇଥିଲା। ଆଜି ଦୁଇଟି ବିଲ ଉପରେ ଆଲୋଚନା ହୋଇଥିଲା। ଏଭିଏସନ ଏୟାର କ୍ରାଫ୍ଟ ବିଲ ଏବଂ ଆୟୁର୍ବେଦିକ ଇନଷ୍ଟିଚ୍ୟୁସନ ବିଲ। ଏୟାର କ୍ରାଫ୍ଟ ବିଲ ଆଲୋଚନା ହୋଇ ଗୃହୀତ ହୋଇଛି। ଭାରତରେ ବର୍ତ୍ତମାନ ବିମାନ ଯାତ୍ରୀ ସଂଖ୍ୟା ଏବଂ ବିମାନ ରୁଟ ସଂଖ୍ୟା ବୃଦ୍ଧି ହେଉଛି। ସେଥିପାଇଁ ଏଭିଏସନ ଆଇନରେ କିଛି ପରିବର୍ତ୍ତନ କରାଯାଇଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ଭବିଷ୍ୟତରେ ଦୁର୍ଘଟଣାକୁ ରୋକିବା ପାଇଁ ଏହି ବିଲ ଆସିଛି। ସେହିପରି ଆୟୁର୍ବେଦିକ କ୍ଷେତ୍ରରେ ଭାରତ ବିଶ୍ୱର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଆଜି ଆଲୋଚନା ହୋଇଛି ଆସନ୍ତାକାଲି ଏହି ବିଲ ପାରିତ ହୋଇପାରେ ବୋଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେହିପରି ବଲିଉଡ ଡ୍ରଗ୍ସ କାରବାର ପ୍ରସଙ୍ଗ ଆଜି ମଧ୍ୟ ସଂସଦରେ ଉଠିଛି । ସମାଜବାଦୀ ପାର୍ଟି ସାଂସଦ ତଥା ପୁରୁଖା ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଆଜି ରାଜ୍ୟସଭାରେ କହିଥିଲେ ଯେ, ଯେଉଁମାନେ ବଲିଉଡରେ ଯଶ, ଧନ ଓ ପ୍ରତିଷ୍ଠା କମାଇଛନ୍ତି ସେମାନେ ଏବେ ବଲିଉଡକୁ ଗଟ୍ଟର ବା ପଙ୍କିଳ ସ୍ଥାନ ବୋଲି ନିନ୍ଦା କରୁଛନ୍ତି । ସେମାନେ ଯେଉଁ ଥାଳିରେ ଖାଉଛନ୍ତି ସେହି ଥାଳିରେ କଣା କରୁଛନ୍ତି । ସରକାର ଏହି ସଂକଟ ସମୟରେ ମନୋରଂଜନ ଶିଳ୍ପକୁ ସହାୟତା କରିବା ଆବଶ୍ୟକ ବୋଲି ସେ ଦାବି କରିଥିଲେ। ତାଙ୍କର ଏହି ବୟାନର ଏକ କଡ଼ା ଜବାବ ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ । ସେ କହିଛନ୍ତି ଯେ, ଯଦି ଜୟାଙ୍କ ଝିଅ ଶ୍ୱେତା ବଚ୍ଚନ ବଳାତ୍କାରର ଶିକାର ହୋଇଥାନ୍ତେ, ତାଙ୍କ ଘରକୁ ଭାଙ୍ଗି ଦିଆଯାଇଥାନ୍ତା, ତେବେବି ସେ କଣ ଏହା କହିଥାନ୍ତେ ? ଅଭିଷେକଙ୍କ ଉପରେ ଯଦି ଆକ୍ରମଣ ହୋଇଥାନ୍ତା, ତେବେ ବି କଣ ସେ ଏହା କହିଥାନ୍ତେ ?

ଗତକାଲି ଲୋକପ୍ରିୟ ଭୋଜପୁରୀ ଓ ବଲିଉଡ ଅଭିନେତା ତଥା ବିଜେପି ସାଂସଦ ରବି କିଷନ କହିଥିଲେ ଯେ, ବଲିଉଡରେ ନିଶା କାରବାର ଓ ସେବନର ଏକ ସମସ୍ୟା ରହିଛି । ମଙ୍ଗଳବାର ରବି କିଶନଙ୍କ ନାଁ ନନେଇ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ତଥା ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏହାକୁ ବିରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top