ନ୍ୟୁଜ୍

ଚର୍ଚ୍ଚାରେ ନନା: ବିଜେଡି ରାଲି ଭିତରେ ଧସେଇ ପଶିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

pratap

ନୀଳଗିରି : ନୀଳଗିରିରେ ବିଜେଡିର ପଦଯାତ୍ରା ଭିତରକୁ ଧସେଇ ପଶିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କଥାଟା ଶୁଣିଲେ ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିବ । ତେବେ ଶୁଣନ୍ତୁ ଘଟଣା କଣ !  ଏକଦା ନୀଳଗିରି ରାଜନୀତିରେ ବେଶ ଗୁରୁଶିଷ୍ୟ ଭାବେ ଚର୍ଚ୍ଚିତ ପ୍ରତାପ ଷଡଙ୍ଗୀ ଓ ସନ୍ତୋଷ ଖଟୁଆ । ମନମାଳିନ୍ୟ ଓ ବିଜେପିରୁ ବିଧାୟକ ଟିକଟ ନମିଳିବା ଯୋଗୁଁ ବିଜେପି ଛାଡି ବିଜେଡିର ଯୋଗଦେଇ ନୀଳଗିରି ବିଧାୟକ ପ୍ରାର୍ଥୀ ହୋଇଥିବା ଶିଷ୍ୟ ସନ୍ତୋଷ ଖଟୁଆ ଗତକାଲି ପଦଯାତ୍ରା କରୁଥିଲେ ।

ptatap sarnagi

ଏହି ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନୀଳଗିରିରେ କାର୍ଯ୍ୟକ୍ରମ ସାରି ବାଲେଶ୍ଵର ଅଭିମୁଖେ ଯାଉଥିବାବେଳେ ନୀଳଗିରି ବ୍ଳକ ସମ୍ମୁଖ ରାସ୍ତାରେ ବିଜେଡ଼ିର ଚାଲିଥିବା ପଦଯାତ୍ରା ଭିତରେ ପ୍ରବେଶ କରିଥିଲେ । ବିଜେଡିର କର୍ମୀମାନେ ଏତେ ସଂଖ୍ୟକ ରାସ୍ତାରେ ଜାମ କରିଥିଲେ ଯେ ପ୍ରତାପଙ୍କ ଗାଡି ଯିବା କଷ୍ଟକର ହୋଇଥିଲା । ତଥାପି ଧସେଇ ପଶି ଅତିକ୍ରମ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ । ଏହି ଅତିକ୍ରମ ସମୟର ମୁହୂର୍ତ୍ତ ବେଶ ଚର୍ଚ୍ଚା ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top