X
Breaking News
ଟିଭି

ଭାଲେଣ୍ଟାଇନ ଡେ‘ରେ ପତ୍ନୀଙ୍କ ସହ ଟପଲେସ୍ ଫଟୋ ସେୟାର କରି ଟ୍ରୋଲର ଶିକାର ହେଲେ ପ୍ରତୀକ ବବର

Prateik-Babbar-and-Wife

ମୁମ୍ବାଇ: ନିକଟରେ ବିବାହ କରିଛନ୍ତି ରାଜ ବବରଙ୍କ ପୁଅ ପ୍ରତୀକ ବବର । ଜାନୁୟାରୀ 22ରେ ସେ ନିଜର ଗର୍ଲଫ୍ରେଣ୍ଡ ସାନ୍ୟା ସାଗରଙ୍କୁ ଲକ୍ଷ୍ନୌରେ ବିବାହ କରିଛନ୍ତି । ଏହି ରୟାଲ ୱେଡିଂରେ ବଲିଉଡ ଓ ରାଜନୀତି ଜଗତର ହସ୍ତୀମାନେ ସାମିଲ ହୋଇଥିଲେ । ତେବେ ଏଇ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଟ୍ରୋଲରେ ଶିକାର ହୋଇଛନ୍ତି ପ୍ରତୀକ । ଫଟୋରେ ଉଭୟେ ଭାଲେଷ୍ଟାଇନ୍ ଡେ ସେଲିବ୍ରେଟ କରୁଛନ୍ତି ସତ, ମାତ୍ର ଦୁହିଁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଏହି ଫଟୋ ଅନେକକୁ ପସନ୍ଦ ଆସିନଥିଲା । ଆପତ୍ତିଜନକ କମେଣ୍ଟସ ଆସିବା ପରେ ପ୍ରତୀକ ଏହି ଫଟୋକୁ ଡିଲିଟ୍ କରିଥିଲେ । ସୂଚନାଯୋଗ୍ୟ ଏଥିରେ ସାନ୍ୟାଙ୍କର ଟପଲେସ ଫଟୋ ଦେଖିବାକୁ ମିଳିଥିଲା ।

prateik

ସୂଚନାଯୋଗ୍ୟ, ପ୍ରତୀକ ଓ ସାନ୍ୟା ପରସ୍ପରକୁ 10 ବର୍ଷ ତଳୁ ଜାଣନ୍ତି । 2017ରେ ଉଭୟ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ସାନ୍ୟା ରାଜନୀତି ପରିବାରରୁ ଆସିଛନ୍ତି । ତାଙ୍କ ପିତା ପବନ କୁମାର ସାଗର ବିଏସପି ନେତା । ତେବେ ଗତବର୍ଷ ବିବାହ ପାଇଁ ପ୍ରତୀକ ସାନ୍ୟାଙ୍କୁ କହିଥିଲେ । ଏହାପରେ ଜାନୁୟାରୀରେ ଉଭୟେ ବିବାହ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top