ଖେଳ

ସି.ପି.ଏଲ ସିଜିନ ପାଇଁ ପ୍ଲେୟାର ଡ୍ରାଫ୍ଟରେ ନିଜକୁ ସାମିଲ କଲେ ପ୍ରବୀଣ ତାମ୍ବେ

ଅର୍ଗସ ବ୍ୟୁରୋ : ଆଗାମୀ ସି.ପି.ଏଲ ସିଜିନ ପାଇଁ ପ୍ଲେୟାର ଡ୍ରାଫ୍ଟରେ ନିଜ ନାମ ଯୋଡ଼ିଛନ୍ତି ମୁମ୍ବାଇର ଲେଗ ସ୍ପିନର ପ୍ରବୀଣ ତାମ୍ବେ। କିନ୍ତୁ ଭାରତୀୟ କ୍ରିକେଟ ବୋର୍ଡ଼ ଠାରୁ ତାଙ୍କୁ ସି.ପି.ଏଲ ଖେଳିବା ପାଇଁ ସୀକୃତି ମିଳିବାର ସମ୍ଭାବନା କମ ରହିଛି।

ବି.ସି.ସି.ଆଇର ନିୟମ ଅନୁସାରେ କୌଣସି ଖେଳାଳି ବିଦେଶରେ ଆୟୋଜିତ ଲିଗ ଖେଳିବାକୁ ହେଲେ ପ୍ରଥମେ ତାକୁ ଡୋମେସ୍ଟିକ ଏବଂ ଆଇ.ପି.ଏଲରୁ ଅବସର ନେବା ଦରକାର। ପୂର୍ବରୁ ଆବୁଧାବି ଟି -10 ଲିଗ ଖେଳି ନିୟମ ଭାଂଗିଥିଲେ ପ୍ରବୀଣ ତାମ୍ବେ।

ଶାହରୁଖ ଖାନଙ୍କ ସି.ପି.ଏଲ ଟିମ ତ୍ରିନିବାଗୋ ନାଇଟ ରାଇଡ଼ର ତାମ୍ବେଙ୍କୁ ତାଙ୍କ ଦଳରେ ସାମିଲ କରିବ ବୋଲି ଆଶା ରଖି ପ୍ଲେୟାର ଡ୍ରାଫ୍ଟରେ ନିଜ ନାମ ଏଣ୍ଟ୍ରି କରାଇଛନ୍ତି ତାମ୍ବେ। ସବୁଠାରୁ ବୟସ୍କ ଖେଳାଳି ଭାବେ ତାମ୍ବେ 41 ବର୍ଷ ବୟସରେ ଆଇ.ପି.ଏଲରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ 33 ଟି ଆଇ.ପି.ଏଲ ମ୍ୟାଚ ଖେଳି 28 ଟି ୱିକେଟ ନେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top