X
Breaking News
ନ୍ୟୁଜ୍

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ

Pregnant lady

କୋରାପୁଟ: ଖଟିଆରେ ବୁହା ହେଲେ ଗର୍ଭବତୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ଅନ୍ତର୍ଗତ କାଳିଆମ୍ବ ଗାଁରୁ ଘଟିଛି ଏଭଳି ଅଭାବନୀୟ ଘଟଣା । ମହିଳା ଜଣଙ୍କ ପ୍ରସବ ବେଦନାରେ ଝଟପଟ ହେବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ରାସ୍ତା ଖରାପ ଯୋଗୁଁ ହତୀମୁଣ୍ଡା ପର୍ଯ୍ୟନ୍ତ ୩କିଲୋମିଟର ଖଟିଆରେ ପଲିଥିନ ଗୁଡ଼ାଇ ବୁହା ହେଲେ ଗର୍ଭବତୀ ମହିଳା । ଏହା ପରେ ଆମ୍ବୁଲାନ୍ସ ମାଧ୍ୟମରେ ଦୀର୍ଘ ୧୭ କିଲୋମିଟର ପରେ ଦଶମନ୍ତପୁର ମେଡିକାଲ ଭର୍ତ୍ତି କରାଯାଇଥିଲା ।

Pregnant lady

ଉମାକାନ୍ତ ବିଶୋଇଙ୍କ ସ୍ତ୍ରୀ ହର୍ଷାବତୀ ଦିନ ତିନିଟାରୁ ସଂଧ୍ୟା ୫ଟାରେ ପହଞ୍ଚିଥିଲେ ମେଡିକାଲରେ । ହର୍ଷାବତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଥିବାବେଳେ ଉଭୟେ ସୁରକ୍ଷିତ ରହିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାନୁସାରେ, ସରକାରଙ୍କର ଅନେକ ଯୋଜନା । ହେଲେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ଏହି ଗାଁକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି । ତେବେ ଜିଲ୍ଲାରେ ବାରମ୍ୱାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର କିମ୍ୱା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top