ନ୍ୟୁଜ୍

ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଜ ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି, ଦେଖନ୍ତୁ କଣ କହୁଛନ୍ତି ବୀରଭଦ୍ର..

ଭୁବନେଶ୍ୱର: ବନ୍ଧୁ ପରି ବନ୍ଧୁଟିଏ ପାଇବା ଭାଗ୍ୟରେ ଥିଲେ ମିଳେ । ଏହା ଆମେ କହୁନୁ ବହୁ ଜ୍ଞାନୀ ଲୋକମାନେ କହିଛନ୍ତି । ଦୀର୍ଘଦିନ ପରେ କୃଷ୍ଣ ଶୁଦାମାଙ୍କ ମିଳନ ଯେପରି ଅପୂର୍ବ ଥିଲା ଠିକ୍‌ ସେହିଭଳି ଏକ ଭବ୍ୟ ମୁହୂର୍ତ୍ତ ଆଜି ଦେଖିବାକୁ ମିଳିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ଉଦ୍‌ଯାପନୀ ଉତ୍ସବରେ ଦୁଇ ବନ୍ଧୁଙ୍କ ସାକ୍ଷାତ ଏପରି ଥିଲା ଯେ ଉପସ୍ଥିତ ଦର୍ଶକ ବି ଖୁସିରେ  ଆତ୍ମହରା ହୋଇପଡ଼ିଥିଲେ । ଓଡ଼ିଶା ଗସ୍ତରେ ଆସିଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପୁରୁଣା ବନ୍ଧୁ ବୀରଭଦ୍ର ସିଂଙ୍କୁ ଭେଟିଛନ୍ତି । ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବନ୍ଧୁଙ୍କୁ ବୀରଭଦ୍ରଙ୍କୁ ରାଷ୍ଟ୍ରପତି ଭବନ ଯିବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ଭବନ ଯିବେ ବୋଲି କହିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ ।

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିର ଉଦଯାପନୀ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ରାଷ୍ଟ୍ରପତି ମହୋଦୟ ଷ୍ଟେଜ୍ ଉପରେ ବସିଥିଲେ । ଏହି ସମୟରେ ନିଜର ପୁରୁଣା ବନ୍ଧୁ ବୀରଭଦ୍ରଙ୍କୁ ମନେ ପକାଇଥିଲେ । ଆଉ ସଭାସ୍ଥଳରେ ଥିବା ଅନ୍ୟ ଅତିଥିଙ୍କୁ ନିଜ ମନ କଥା କହିଥିଲେ । ଅନ୍ୟପଟେ ଦର୍ଷକଙ୍କ ଗହଣରେ ଧଳା ପଗଡ଼ିକୁ ଦେଖି ନିଜ ବନ୍ଧୁଙ୍କୁ ଚିହ୍ନି ପକାଇଥିଲା ରାଷ୍ଟ୍ରପତି । ଏହା ଏଭଳି ଏକ ମୁହୂର୍ତ୍ତ ଥିଲା ଯାହା ଇତିହାସରେ କେବେ ହୋଇନଥିବ । ତେବେ ୧୨ ବର୍ଷ ପରେ ଏହି ଭେଟ ସତେ ଯେମିତି ଅତୀତରେ ଘଟିଥିବା ସବୁ ସ୍ମୃତିକୁ ତାଜା କରିଦେଇଥିଲା ।

ବୀରଭଦ୍ର ସିଂ ଉତ୍କଳ ବିଶ୍ୱବିଦ୍ୟାଳୟର ପୂରାତନ ଛାତ୍ର । ସେ ୧୯୬୫ରୁ ୬୭ ମହିହା ପର୍ଯ୍ୟନ୍ତ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ । ୨୦୦୦ରୁ ୨୦୦୬ ମଧ୍ୟରେ ସେ ରାଜ୍ୟସଭା ସଭ୍ୟ ଥିଲେ । ଏହି ସମୟରେ ସେ ବନ୍ଧୁ ରାମନାଥ କୋବିନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ସମୟରେ ଦୁହେଁ ଅନେକ ବିଷୟବସ୍ତୁ ଉପରେ ଆଲୋଚନା କରୁଥିଲେ । ତେବେ ୨୦୦୬ ପରେ ଆଉ ରାଜ୍ୟସଭା ଯାଇପାରିନଥିଲେ ବୀରଭଦ୍ର ସିଂ । ମାତ୍ର କୋବିନ୍ଦ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯାଇଥିଲେ । ତା’ପରଠାରୁ ରାମନାଥ କୋବିନ୍ଦଙ୍କ ସହିତ ଆଉ ଦେଖାସାକ୍ଷାତ ହୋଇନଥିଲା । ୧୨ ବର୍ଷ ପରେ ସାକ୍ଷାତ ହୋଇଥିବାରୁ ବେଶ୍ ଖୁସି ଅନୁଭବ କରୁଛନ୍ତି ବୀରଭଦ୍ର ସିଂ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top