X
Breaking News
ଦେଶ

ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଜଟୀଳ, ରାଷ୍ଟ୍ରପତିଙ୍କ ପରେ ଯୋଗୀ କରିବେ ସାକ୍ଷାତ

jetli

ନୂଆଦିଲ୍ଲୀ : 9 ଅଗଷ୍ଟରୁ ଦିଲ୍ଲୀ ଏମସ୍‌ରେ ଚିକିତ୍ସିତ ହେଉଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଅରୁଣ ଜେଟଲୀଙ୍କୁ ଆଜି ଦେଖାକରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମନ୍ସରେ ପହଞ୍ଚିଥିଲ । କିନ୍ତୁ ସେହି ମୟରେ ଅରୁଣ ଜେଟଲୀ ଆଇସୀୟୁରେ ଭର୍ତ୍ତୀ ଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ସୂଚନାମୁତାବକ ଅରୁଣ ଜେଟଲୀଙ୍କୁ ଦେଖା କରିବା ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟ ନାଥ ମଧ୍ୟ ଆଜି ଏମ୍ସ ଆସିପାରନ୍ତି । ଦିଲ୍ଲୀ ଏମ୍ସରେ କର୍କଟ ଓ କିଡ୍ନି ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଜଟିଳ ରହିଥିବା  କୁହାଯାଉଛି । କିଛି ଦିନ ତଳେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଦିଲ୍ଲୀ ଏମ୍ସରେ ପହଞ୍ଚି ଅରୁଣ ଜେଟଲୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ କଥା ହୋଇଥିଲେ। ସେ ସେଠାରେ ଉପସ୍ଥିତ ଥିବା ଅରୁଣ ଜେଟଲୀଙ୍କ ପରିବାରବର୍ଗଙ୍କୁ ବି ଭେଟିଥିଲେ।

jetli

ମିଳିଥିବା ସୂଚନା ଅନୁଯାୟୀ ଅରୁଣ ଜେଟଲିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ଫୁସଫୁସରେ ଜଳ ରହିଥିବାରୁ ନିଃଶ୍ୱାସ–ପ୍ରଶ୍ୱାସ ନେବାରେ ସମସ୍ୟା ଦେଖା ଦେଇଛି। ଏଥିଲାଗି ଫୁସଫୁସରୁ ଜଳ ବାହାର କରାଯାଉଛି । ମାତ୍ର ଜଳ ବାହାର କରିବାପରେ ପୁଣି ସେଥିରେ ଜଳ ଭର୍ତ୍ତି ହେଉଛି। ଏହି କାରଣରୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top