ଦେଶ

ସହରରେ ସିଂହ ପଲଙ୍କ ରାଜ୍‌, ସମ୍ପୃକ୍ତ ଅଂଚଳରେ କୋକୁଆ ଭୟ, ଭାଇରାଲ ହେଲା ଭିଡ଼ିଓ

LION

ଅର୍ଗସ ବ୍ୟୁରୋ:  ସହରରେ ସିଂହ ପଲଙ୍କ ରାଜ୍‌ । ଗୋଟିଏ କିମ୍ବା ଦୁଇଟି ନୁହଁନ୍ତି , ପଲେ ସାର୍ଦ୍ଦୁଳ ବା ସିଂହ ସହର ଭିତରକୁ ପଶିଆସିଛନ୍ତି  ।  ରାତ୍ର ସମୟ  ସହ  ବର୍ଷା ରାତି  ।  ହଠାତ୍ ସହର ଭିତରକୁ ପଶିଆସିଲେ ସିଂହ ପଲ ।  ସହରର  ଚାରିଛକରେ ଠିଆହୋଇ  ୭ଟି ସିଂହ  ସେମାନଙ୍କର ଉପସ୍ଥିତି ଜାହିର କରିଥିଲେ  । ଏ ଦୃଶ୍ୟ ହେଉଛି ଗୁଜୁରାଟ ଜୁନାଗଡ ଅନ୍ତର୍ଗତ ଭାବନାଥ ଅଂଚଳର  ।

ତେବେ 7ଟି ସିଂହ ମଧ୍ୟରୁ ଗୋଟିଏ  ସିଂହ ବୁଲା କୁକୁରକୁ ଗୋଡାଇ ଯାଉଛି ।  ଯଦିଓ ବର୍ଷା ରାତି ଏବଂ ବିଶେଷ ଲୋକ ନଥିଲେ, ତଥାପି ଯେଉଁମାନେ ଥିଲେ, ସେମାନେ ଜୀବନ ବିକଳରେ ଯିଏ ଯୁଆଡେ ପାଇଲେ ପଳାଇଥିଲେ  । ଲୋକେ ଘର ଭିତରୁ ଥାଇ ସେମାନଙ୍କୁ ଆତଙ୍କିତ ଅବସ୍ଥାରେ ଦେଖୁଥାନ୍ତି  । ସିଂହ ମାନେ  ସେମାନଙ୍କର ରାଜ୍‌ ଆରମ୍ଭ କରିଦେଇଥିଲେ  ଏହି ଚାରି ଛକରେ  । ସେମାନଙ୍କୁ ଦେଖି ବୁଲା କୁକୁର ଓ ପୋଷା କୁକୁରମାନେ ଭୁକିବାରୁ ଲୋକେ ଘର ଭିତରୁ ଥାଇ ତାଙ୍କ ଗତିବିଧିକୁ ଅପଲକ ନେତ୍ରରେ ଦେଖିଥିଲେ  ।

ଜଙ୍ଗଲରେ ରହୁଥିବା ଏହି ଜୀବମାନେ ସହର ଭିତରକୁ ପଶିଆସି କୋଠଘର, ପକ୍କାରାସ୍ତା, ବିଦ୍ୟୁତ୍ ଆଲୋକ, ବିଭିନ୍ନ ଗାଡି ଏବଂ ଲୋକଙ୍କ କୋଳାହଳ ଶୁଣି ଟିକିଏ ଘାବରେଇ ଯାଇଥିଲେ  । ତଥାପି ସେମାନଙ୍କର ସତେ ଯେମିତି କାହାରିକୁ ଖାତିର ନଥିଲା  । ଗାଈ ପଲ ଭଳି ଏମାନେ ଗୋଠ ହୋଇ ସହର ଭିତରେ ଆତଙ୍କ ସୃଷ୍ଟି କରିଥିଲେ  । ତେବେ ସାଥିମାନଙ୍କର ପଶ୍ଚାତ ଗମନ ଦେଇ ମୁଖିଆ ସିଂହଟି ମଧ୍ୟ ଫେରିଥିଲା  । ଘର ଭିତରେ ଥାଇ ଝରକାରେ ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ  । ଏହି ଭିଡିଓ ଏବେ ସମଗ୍ର ଦେଶରେ ଭାଇରାଲ ହେବାରେ ଲାଗିଛି  । ସଂପୃକ୍ତ ଅଂଚଳରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top