X
Breaking News
ନ୍ୟୁଜ୍

ଉଜୁଡ଼ି ଗଲାଣି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ମନ୍ଦିର-କ୍ଲବ୍‌ରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

Keonjhar School

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ପ୍ରଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଆନନ୍ଦପୁର ବ୍ଲକ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅନେକ ହିନସ୍ତାର ସହ ପାଠ ପଢ଼ୁଛନ୍ତି । କିଛି ପିଲାଙ୍କୁ ମନ୍ଦିରରେ ପାଠ ପଢ଼ାଯାଉଥିବା ବେଳେ କିଛି ପିଲାଙ୍କୁ ଗାଁ କ୍ଲବ୍‌ ଘରେ ପାଠ ପଢ଼ାଯାଉଛି । ସେପଟେ ମଧ୍ୟାହ୍ନ ଭୋଜନ ଚାଲିଛି ଗଛମୂଳେ ।

Keonjhar School

ଏଭଳି ପରିସ୍ଥିତିରେ ଆମର ସରକାରଙ୍କ ସର୍ବ ଶିକ୍ଷା ଅଭିଯାନ କଥା ମନେପଡ଼େ । ଏହି ଯୋଜନାର ମୂଳ ଲକ୍ଷ ଥିଲା ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ । କିନ୍ତୁ ଏଭଳି ଅବସ୍ଥାରେ ସ୍କୁଲରେ ଯଦି ପିଲାଙ୍କୁ ପାଠ ପଢ଼ାଯାଏ ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସେମାନେ କିଭଳି ପଢ଼ିବେ କିଭଳି ବଢ଼ିବେ ।

Keonjhar School

ରାଜ୍ୟ ସରକାର ପିଲାଙ୍କ ପଠପଢ଼ା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବାସ୍ତବରେ ଏହା କିଭଳି କାମରେ ଲାଗୁଛି ତାହା ପ୍ରତିଦିନ ଖବର କାଗଜ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି । ସବୁଠାରୁ ବଡ଼ ଉଦାହରଣ ହେଲା ଏହି ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟ । ଦୀର୍ଘ ବର୍ଷ ହେବ ସ୍କୁଲ ଘରଟି ଭାଙ୍ଗି ଯାଇଥିବା ବେଳେ ଏବେ ଯାଏଁ ସ୍କୁଲ ମରାମତି ହେଉ ନାହିଁ କିମ୍ବା ନୂଆ ଘର ତିଆରି ହେଉ ନାହିଁ । ପିଲାମାନେ ଯାଇ ଏଠି ସେଠି ପାଠ ପଢ଼ୁଛନ୍ତି । ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ଗାଁ ଶନିମନ୍ଦିରରେ ପାଠ ପଢ଼ାଯାଉଥିବା ବେଳେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଗାଁ କ୍ଲବ୍‌ ଘରେ ପାଠ ପଢ଼ାଉଛନ୍ତି ଶିକ୍ଷକ ।

 ସ୍କୁଲ ଘରର ଆଜବେଷ୍ଟ ଭାଙ୍ଗି ଯାଇଛି, କାନ୍ଥଗୁଡ଼ିକ ଦୃବଳ ହୋଇଯାଇଛି ଯାହାକି କୌଣସି ମୁର୍ହୂତରେ ଭୁଶୁଡ଼ିବା ସମ୍ଭାବନା ରହିଛି । ସେପଟେ ସ୍କୁଲର ଦୁଇ ବଖର ଛାତ ଘର ମଧ୍ୟ ରହିଛି । ହେଲେ ଗତ ଫୋନିରେ ଏହାର ଅବସ୍ଥା ଅତି ଦୟନୀୟ ହୋଇ ପଡ଼ିଛି । ଫୋନି ବେଳେ ଛାତରୁ ସିମେଣ୍ଟ ଖଣ୍ଡ ଖସିବାରୁ ସେଠି ପିଲାଙ୍କ ବସାଇ ପଢ଼ାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ।

Keonjhar School

ଅନ୍ୟପଟେ ପିଲାଙ୍କ ପାଇଁ ସରକାର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ମଧ୍ୟ ଅବସ୍ଥା ଶୋଚନୀୟ । ମଧ୍ୟାହ୍ନ ଭୋଜନ ପାଇଁ ନିର୍ମାଣ ଆରମ୍ଭ ହୋଇଥିବା ରୋଷେଇ ଘର ଅଧାପନ୍ତରିଆ ହୋଇ ପଡ଼ି ରହିଛି । ଠିକାଦାର ଏହାକୁ ଅଧା ନିର୍ମାଣ କରି ଛୁ । ସ୍କୁଲ ବାରଣ୍ଡାରେ ରୋଷେଇ କରାଯାଉଛି ଏବଂ ପିଲାଙ୍କ ସାମ୍ନାରେ ଥିବା ଗଛମୂଳେ ଖାଇବାକୁ ଦିଆଯାଉଛି ।

Keonjhar School

ପାଖାପାଖି ୨ ବର୍ଷ ହେବ ସ୍କୁଲର ଏଭଳି ଅବସ୍ଥା ରହିଥିବା ବେଳେ ପ୍ରଶାସନର ଦୃଷ୍ଟି ନପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଏନେଇ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top