ଦେଶ

ରିୟାଦ ପହଞ୍ଚିଲେ ପ୍ରଧାନ ମୋଦି, ସାଉଦିର ପ୍ରିନ୍ସ୍‌ଙ୍କ ସହ କରିବେ ବିଶେଷ ପ୍ରସଙ୍ଗରେ ଆଲୋଚନା

modi

ଅର୍ଗସ ବ୍ୟୁରୋ: ସୋମବାର ବିଳମ୍ବିତ ରାତିରେ ସାଉଦି ଆରବ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ରିୟାଦର ରାଜା ଖଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସାଉଦି ରାଜା ସଲମାନ ବିନ ଅବଦୁଲଅଜୀଜ ଉଲ ସୌଦଙ୍କ ନିମନ୍ତ୍ରଣରେ ମୋଦୀ ନିଜର ୨ ଦିବସୀୟ ଗସ୍ତ କରିଛନ୍ତି ।

ନିଜର ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ମୋଦୀଙ୍କ ଏହି ପଶ୍ଚିମ ଏସିଆ ଦେଶରେ ଏହି ଯାତ୍ରା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତୈଳ-ଗ୍ୟାସ, ନବୀକରଣ ଶକ୍ତି ଓ ବେସାମରିକ ବିମାନ ଚଳାଚଳ ଆଦି ପ୍ରମୁଖ କ୍ଷେତ୍ରରେ ଆଲୋଚନା କରି ବୁଝାମଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ସାଉଦି ରାଜାଙ୍କ ସହିତ ଆଲୋଚନା କରିବେ ଏବଂ ‘ରୂପେ’ କାର୍ଡର ଶୁଭାରମ୍ଭ କରିବା ସହିତ ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ୍ (ଏଫଆଇଆଇ) ଫୋରମର ତୃତୀୟ ଅଧିବେଶନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ରହିବେ । ମଙ୍ଗଳବାର ପୁଣି ଦିଲ୍ଲୀ ଫେରିବେ ମୋଦି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top