X
Breaking News
ଦେଶ

ଭୁଟାନ ଗସ୍ତ ମୋ ପାଇଁ ସୁବଦିନ ସ୍ମରଣୀୟ ହୋଇ ରହିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

MODI/BHUTAN

ଅର୍ଗସ ବ୍ୟୁରୋ: ଭୁଟାନର ଦୁଇ ଦିନିଆ ଅଧିକାରୀକ ଗସ୍ତ ଶେଷ କରି ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ସରକାରଙ୍କ ସହିତ ୧୦ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର କରିଛନ୍ତି । ତେବେ ଏହି ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷୀକ ସମ୍ପର୍କ କୁ ମଜଭୂତ କରିବା ପାଇଁ ଦେଶର ଶ୍ରେଷ୍ଠ ନେତୃତ୍ୱଙ୍କ ସହ ସାକ୍ଷାତ କରିଥିଲେ ।

MODI/BHUTAN

ଭୁଟାନରୁ ଫେରିବା ପୂର୍ବରୁ ମୋଦି କହିଥିଲେ ଯେ, “ଧନ୍ୟବାଦ୍‌ ଭୁଟାନ ! ଏହି ଗସ୍ତ ସ୍ମରଣୀୟ ରହିଲା, ଏହି ସୁନ୍ଦର ଦେଶରୁ ମୋତେ ଯେଉଁ ଭଲପାଇବା ମିଳିଛି ତାକୁ କେବେ ବି ମୁଁ ଭୁଲିପାରିବି ନାହିଁ । ଏଠାରେ କିଛି ଏମିତି କାର୍ଯ୍ୟକ୍ରମ ହୋଇଛି ଯେଉଁଥିରେ ମୁଁ ଯୋଗ ଦେଇ ନିଜକୁ ଗୌରାବାନ୍ୱିତ ମନେକରୁଛି । ଏହି ଯାତ୍ରାର ପରିଣାମସ୍ୱରୂପ ଦ୍ୱିପାକ୍ଷୀକ ସମ୍ପର୍କ ଆହୁରି ବଢିଯିବ ବୋଲି ମୋଦି କହିଛନ୍ତି । ” ମୋଦୀ ଶନିବାରରେ ଭୁଟାନ ପହଞ୍ଚିଥିଲେ ।  ତେବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ମୋଦିଙ୍କ ଏହା ପ୍ରଥମ ଗସ୍ତ ଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top