ନ୍ୟୁଜ୍

ଜେଲ ଭିତରେ କଏଦୀଙ୍କୁ ମାଡ଼ ମାରିଲେ ଜେଲ କର୍ମଚାରୀ..

Attack

ସମ୍ୱଲପୁର:  ଜେଲ ଭିତରେ କଏଦୀଙ୍କୁ ନିର୍ଧୃମ ମାଡ ମାରିଲେ ଜେଲ କର୍ମଚାରୀ । ଏମିତି ମାଡ ମାରିଲେ ଯେ ହାଡ ଭାଙ୍ଗିଯିବା ସହ ଦେହର ପଛ ପଟେ ମାଡ ମାରିଥିବା ଚିହ୍ନ ରହିଛି । ତେଵେ ଏହି ଘଟଣା ପରେ କଏଦୀକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସମ୍ବଲପୁର ମଣ୍ତଳ କାରାଗାରରେ ଅବିନାଶ ବେହେରା ନାମକ କଏଦୀ ଦୀର୍ଘ ବର୍ଷ ହେବ ହତ୍ୟା ମାମଲାରେ ଜେଲରେ ଭର୍ତ୍ତି ଅଛନ୍ତି ।

ତେଵେ ଗତକାଲି କୌଣସି କାରଣ ଯୋଗୁଁ ଜେଲ ଓ୍ଵାଡର ସୃତିରଞ୍ଜନ ନାୟକ ତାଙ୍କୁ ନିର୍ଧୃମ ମାଡ ମାରିଥିଲେ । ଫଳରେ କଏଦୀ ଜଣକ ଘଟଣା ସ୍ଥଳରେ ଚେତା ଶୂନ୍ୟ ହୋଇ ପଡିଥିଲେ । ପରେ ତାଙ୍କ ଚିକିତ୍ସା ପାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେଵେ ଅଭିନାଶଙ୍କ ହାତ ଭାଙ୍ଗି ଥିବା ସହ ଦେହର ବିଭିନ୍ନ ସ୍ଥାନରେ ମାଡ ମରାଯାଇଥିବା କାରଣରୁ ଲାଲ ପଡି ଥିବା ଚିହ୍ନ ମଧ୍ୟ ରହିଛି । ତେଵେ ଏହି ଘଟଣାକୁ ଜେଲ୍‌ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯାଇଛି ବୋଲି ଜେଲର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top