X
Breaking News
ଜୀବନ ମନ୍ତ୍ର

ଗରିବ ପିଲାଙ୍କୁ ଶିକ୍ଷା ଦେବା ନାଁରେ ସରକାରୀ ଅର୍ଥ ହରିଲୁଟ କରୁଛନ୍ତି ଘରୋଇ ସ୍କୁଲ !

School card_00000_00000

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ସରକାରୀ ସ୍କୁଲ ବ୍ୟତୀତ ରହିଛି ୮୯ଟି ଘରୋଇ ସ୍କୁଲ । ସରକାରଙ୍କ ଶିକ୍ଷା ଅଧିକାର ଅଧିନିୟମ ଅନୁସାରେ ୬ ବର୍ଷରୁ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ  ଶିକ୍ଷା ଗ୍ରହଣ କରିବା ପାଇଁ ରହିଛି ବ୍ୟବସ୍ଥା । ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ଛାଡି ଘରୋଇ ସ୍କୁଲରେ ସମାଜର ତଳସ୍ତରରେ ରହୁଥିବା ପିଲା ପାଠ ପଢିବା ପାଇଁ ବ୍ୟବସ୍ଥା ରହିଛି ।

କିନ୍ତୁ ଝାରସୁଗୁଡା ଜିଲ୍ଲାରେ ରହିଥିବା ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଗୁଡ଼ିକ ସରକାରଙ୍କ ନିୟମକୁ ମାନୁ ନଥିବା ଅଭିଯୋଗ ହୋଇଛି । କାରଣ ସରକାରୀ ନିୟମ ଅନୁସାରେ ସ୍କୁଲରେ ଥିବା ଛାତ୍ରଛାତ୍ରୀ ସଂଖ୍ୟାର ଶତକଡ଼ା ୨୫ ଭାଗ ଗରିବ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ ।

ଏହି ନିୟମ ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ କିଛି ନମାନି ଧନୀକ ଶ୍ରେଣୀର ପିଲାଙ୍କୁ ଏହାର ଫାଇଦା ଦେବାକୁ ଉଦ୍ୟମ କରିବା ସହ ନକଲି ଦସ୍ତାବିଜ ପ୍ରସ୍ତୁତ କରି ବର୍ଷକୁ ଲୁଟି ନେଉଛନ୍ତି କୋଟିକୋଟି ଟଙ୍କା । ଗତ ମାସରେ ଗଞ୍ଜାମ ଜିଲ୍ଲାପାଳ ଏଭଳି ନିୟମ ଖିଲାପ କରୁଥିବା ୨୩୨ ଟି ସ୍କୁଲକୁ ବନ୍ଦ କରିବାକୁ ନୋଟିସ ଦେବା ପରେ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ଏଭଳି କରାଇବାକୁ ଦାବି କରିଛନ୍ତି ଅଭିଭାବକ  ।

ସେହିଭଳି ଗତ ୪ ବର୍ଷ ଭିତରେ ଏହି ଜିଲ୍ଲାରେ ପ୍ରାୟ ୩ କୋଟି ଟଙ୍କା ନେଇଛନ୍ତି । ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଗତ୨୦୧୪-୧୫ ଆର୍ଥିକ ବର୍ଷରେ ୬୪ ଲକ୍ଷ ଟଙ୍କା ୨୦୧୫-୧୬ଆର୍ଥିକ ବର୍ଷରେ ୬୨ ଲକ୍ଷ ଟଙ୍କା, ୨୦୧୬-୧୭ ଆର୍ଥିକ ବର୍ଷରେ ପାଖାପାଖି ୭୦ ଲକ୍ଷ ଟଙ୍କା ନେଇଛନ୍ତି ଘରୋଇ ସ୍କୁଲ । ଏ ସମ୍ପର୍କିତ ତଥ୍ୟ ମଗାଗଲେ ଶିକ୍ଷା ବିଭାଗ କିମ୍ବା ସ୍କୁଲ କର୍ତ୍ତୃପକ୍ଷ କେହି ବି ଧରା ଦେଉନାହାନ୍ତି । ଇତି ମଧ୍ୟରେ ଝାରସୁଗୁଡା ଜିଲ୍ଲାର ୧୦୧ଟି ଘରୋଇ ସ୍କୁଲ ମଧ୍ୟରୁ ମାତ୍ର ୫୧ଟି ସ୍କୁଲ ଶିକ୍ଷା ବିଭାଗରୁ ନୋ ଅବଜେକ୍ସନ ସାର୍ଟିଫିକେଟ ହାସଲ କରିଥିବା ବେଳେ ଅନ୍ୟମାନେ ଆବେଦନ ମଧ୍ୟ କରି ନାହାନ୍ତି ।

ଅପରପକ୍ଷେ ଏହିଭଳି ଶିକ୍ଷା ବ୍ୟାବସ୍ଥାକୁ ଲୁଟ କରିବା ପାଇଁ ସରକାରୀ ପଦାଧିକାରୀ, ସ୍କୁଲ କର୍ତ୍ତୃପକ୍ଷ, ରାଜନେତା ମାନଙ୍କ ମଧ୍ୟରେ ଏକ ଅସାଧୁ ମେଣ୍ଟ ହୋଇଥିଲା ବେଳେ ଆରଟିଇ ମାଧ୍ୟମରେ ଉପଯୁକ୍ତ ତଦନ୍ତ କରାଯାଇ ଘରୋଇ ସ୍କୁଲରେ ମାଗଣାରେ ପଢୁଥିବା ପିଲାଙ୍କୁ ଚିହ୍ନଟ କରି

ସେମାନଙ୍କ ଠାରୁ ଆଦାୟ କରିଥିବା ଅର୍ଥକୁ ଫେରାଇବା ବ୍ୟବସ୍ଥା କରିବାକୁ ଦାବି ହେଲାଣି ।  ସ୍କୁଲଗୁଡିକ ସରକାରୀ ମଞ୍ଜୁରୀ ବିନା ଚାଲିବା ସହ କିଛି ସ୍କୁଲ ସରକାରଙ୍କ ଦ୍ବାରା ଦିଆଯାଇଥିବା ଅର୍ଥ ନେଇଥିବା ସ୍ୱୀକାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏ ସଂପର୍କରେ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଭଳି ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତବନୀ ଦେଇଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top