X
Breaking News
ମନୋରଞ୍ଜନ

ଖୁଲାସା କଲେ ପ୍ରିୟଙ୍କା କହିଲେ ‘ମୁଁ ବି ଯୌନ ଶୋଷଣର ଶିକାର ହୋଇଥିଲି’

Priyanka-Chopra

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିଜରେ ପାଦ ରଖିବା ପରଠାରୁ ଚର୍ଚ୍ଚାରେ ପ୍ରିୟଙ୍କା । କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ପ୍ରିୟଙ୍କା କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ନାଁ କମେଇସାରିଲେଣି । ନିକଟରେ ପ୍ରିୟଙ୍କା ନ୍ୟୁୟର୍କରେ ଆୟୋଜିତ ମହିଳା ସମ୍ମିଳନୀର 10ମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ତେବେ ଏହି ସମୟରେ ପ୍ରିୟଙ୍କା ନିଜ ସମ୍ପର୍କରେ ଏକ ବିରାଟ ଖୁଲାସା କରିଥିଲେ, ଯାହା ଶୁଣିବା ପରେ କେହି ବି ଚମକି ଯିବ ।

ସେ କହିଥିଲେ ଯେ, ମୋତେ ବି ଯୌନ ଉତ୍ପୀଡନର ସାମ୍ନା କରିବାକୁ ପଡିଥିଲା । ଏହି ସମ୍ପର୍କରେ କହିବାକୁ ତାଙ୍କୁ ଲାଜ ଲାଗେନି । ଏହି ସମ୍ମିଳନୀରେ ସେ ମହିଳାଙ୍କୁ ପ୍ରଭାବିତ କଲା ଭଳି ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଯୌନ ଉତ୍ପୀଡନ ସମ୍ପର୍କରେ ସେ କହିଥିଲେ ଯେ,  ଏମିତି ଲାଗେ ଯେ, ମହିଳା ବାହାରକୁ ବାହାରିବା ମାତ୍ରେ ତା ସହ ଏହି ଶବ୍ଦ ଯୋଡି ହୋଇଯାଏ । କିନ୍ତୁ ଏବେ ମହିଳାମାନେ ଏହା ବିରୁଦ୍ଧରେ ସ୍ୱର ଉଠାଉଛନ୍ତି ଏବଂ ପରସ୍ପରକୁ ସମର୍ଥନ କରୁଛନ୍ତି ତେଣୁ ମହିଳାମାନେ ଏହାକୁ ସାମ୍ନା କରିବାକୁ ସାହସ ଦେଖାଉଛନ୍ତି । ସେ ନିଜେ ଯୌନ ଉତ୍ପୀଡନ ଜାଲରୁ ବର୍ତ୍ତିପାରିନାହାନ୍ତି । ସେ କହିଥିଲେ ଯେ, ଏଠାରେ ଥିବା ଅଧିକାଂଶ ମହିଳାଙ୍କୁ ମଧ୍ୟ ଏହାର ସାମ୍ନା କରିବାକୁ ପଡିଥିବ । ଏବେ ଆମ ସମସ୍ତଙ୍କର ସ୍ୱର ଏକ ହୋଇଛି । ଏ ସମ୍ପର୍କରେ ଖୋଲି କରି ପ୍ରକାଶ କରିବା ଲଜ୍ଜାଜନକ ବିଷୟ ନୁହେଁ ବୋଲି ସେ କହିଥିଲେ ।

ନିକଟରେ ମିଠୁ ମୁଭମେଣ୍ଟକୁ ବଲିଉଡର ଅନେକ ସେଲିବ୍ରେଟି ସମର୍ଥନ କରିଥିଲେ । ଏବଂ ଏହାଦ୍ୱାରା ଅନେକଙ୍କ ମୁଖା ଖୋଲିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top