X
Breaking News
ମନୋରଞ୍ଜନ

ସାମ୍ନାକୁ ଆସିଲା ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରଥମ ପୋଷ୍ଟର

the sky is pink
courtesy: www.indiatoday.in

ମୁମ୍ୱାଇ:  ସାମ୍ନାକୁ ଆସିଲା ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରଥମ ପୋଷ୍ଟର । ଏହାକୁ ସେୟାର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦେଶୀ ଗର୍ଲ । ଏହାସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ପ୍ରିୟଙ୍କା ଚୋପ୍ରା, ଫରହାନ ଅଖତର ଏବଂ ଜାୟରା ବସୀମଙ୍କୁ । ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କାରଣ ଦୀର୍ଘ ଦିନ ପରେ ବଲିଉଡ ରୂପେଲି ପରଦାକୁ ପେରୁଛନ୍ତି ଦେଶୀ ଗର୍ଲ । ଆଜି ପିଲ୍ମର ପ୍ରଥମ ପୋଷ୍ଟରକୁ ରିଲିଜ କରି ଦିଆଯାଇଛି ।

ଆସନ୍ତା କାଲି ୧୦ ସେପ୍ଟେମ୍ୱର ସକାଳ ୧୦ଟାରେ ଫିଲ୍ମର ଟ୍ରେଲର ରିଲିଜ କରାଯିବ । ଏହାର ନିର୍ଦ୍ଦେଶକ ହେଉଛନ୍ତି ସୋନାଲୀ ବୋଷ । ଫିଲ୍ମର ନିର୍ମାତା ହେଉଛନ୍ତି ରୟ କପୂର ଏବଂ ଆଇଏସବିପି । ଏହି ଫିଲ୍ମ ଜାୟରା ବସୀମଙ୍କ ଶେଷ ପିଲ୍ମ ହୋଇପାରେ । କାରଣ କିଛି ଦିନ ପୂର୍ବରୁ ପିଲ୍ମ ଦୁନିଆରୁ ବିଦାୟ ନେଉଛନ୍ତି ବୋଲି ଜାୟରା ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ରାଇଟର ଏବଂ ମୋଟିଭେସନାଲ ସ୍ପିକର ଆୟଶା ଚୌଧରୀଙ୍କ ଜୀବନ ଉପରେ ଆଧାରିତ । ସେ ପଲମୋନାରୀ ଫାଇବ୍ରୋସିସରେ ପିଡିତ ଥିଲେ । ୧୩ ସେପ୍ଟେମ୍ୱରକୁ ଟରୋଂଟୋ ପିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ପ୍ରିମିୟର ହେବ । ପ୍ରିୟଙ୍କା ଟରୋଂଟରେ ପହଞ୍ଚି ଗଲେଣି । ପିଲ୍ମର ଅନ୍ୟ ତାରକା ମାନେ ମଧ୍ୟ ସେଠାରେ ପହଞ୍ଚିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top