ନ୍ୟୁଜ୍

ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଚୀନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

କୋରାପୁଟ:  ଚୀନ ସୈନିକଙ୍କ ଦ୍ୱାରା 20 ଭାରତୀୟ ସୈନିକଙ୍କ ହତ୍ୟା ପ୍ରତିବାଦରେ ସ୍ୱଦେଶୀ ଜାଗରଣ ମଞ୍ଚ କୋରାପୁଟ ନଗର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକଠାରେ ମଞ୍ଚର କାର୍ଯ୍ୟକର୍ତ୍ତା  ବିଭିନ୍ନ ସ୍ଲୋଗାନ ଦେଇ  ଚୀନ ପ୍ରସ୍ତୁତ ସାମଗ୍ରୀ ବହିଷ୍କାର କରିବା ପାଇଁ ଆହ୍ୱାନ ଦେଇଥିଲେ । ସ୍ୱଦେଶୀ ଜାଗରଣ ମଞ୍ଚର କୋରାପୁଟ ନଗର ସଂଯୋଜକ ଉମାଶଙ୍କର ଦାସଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଚୀନ ରାଷ୍ଟ୍ରପତିଙ୍କ ଫୋଟୋଚିତ୍ରରେ ନିଆଁ ଲଗାଇ  ୨୦ ଶହୀଦ ଭାରତୀୟ ସୈନିକଙ୍କୁଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ।

କୋରାପୁଟ ମଞ୍ଚର ଜିଲ୍ଲା ସଂଯୋଜକ ମୁରଲୀଧର ଅଧିକାରୀ କହିଛନ୍ତି ଯେ ସମୟ ଆସିଛି, ଚୀନ ବସ୍ତୁ ବହିଷ୍କାର କରି ଆମେ ଚୀନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇ ପାରିବା । ଆମକୁ ନିଷ୍ପତି ନେବାକୁ ପଡିବ ଯେ କୌଣସି ପରିସ୍ଥିତିରେ ବି ଆଉ ଚୀନ ପ୍ରସ୍ତୁତ ସାମଗ୍ରୀ କିଣିବା ନାହିଁ କିମ୍ବା ବିକିବା ନାହିଁ । ଏଥର ଚୀନକୁ ଭାରତ ସୀମାରୁ ତଡିବା ଆଉ ଭାରତୀୟ ବଜାରରୁ ବି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top