ଦେଶ

ବିଜୟ ଦିବସ ପରେଡ୍‌ରେ ଭାରତୀୟ ସେନା ସାମିଲ ହୋଇଥିବାରୁ ଗର୍ବିତ: ରାଜନାଥ

ଅର୍ଗସ ବ୍ୟୁରୋ: ଭାରତ ସହ ମିଳିତ ପରେଡରେ ନିଜର ଶକ୍ତି ଦେଖାଇଲା ଋଷ  । ନାଜି ଜର୍ମାନୀ ଉପରେ ବିଜୟର 75 ବର୍ଷ ପୂର୍ତ୍ତି ଅବସରରେ ଋଷ ଏହାର ବିଜୟ ଦିବସ ପରେଡ ଆୟୋଜିତ କରିଛି  । ଏଥିରେ ନିଜର ଶକ୍ତିଶାଳୀ ସାମରିକ ବଳକୁ ବିଶ୍ୱ ଆଗରେ ଦେଖାଇଛି ରୁଷ  । ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ଏବଂ 1945 ରେ ସହଯୋଗୀ ବାହିନୀର ବିଜୟକୁ ମନେ ରଖିବା ପାଇଁ ଋଷ ଏହି ଦିବସ ପାଳନ କରୁଛି   । ପରେଡରେ ଋଷ ଏହାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛି  ।

ଏଥିସହ ଏହାର ହାଇଟେକ୍ ଫାଇଟର ଜେଟକୁ ମସ୍କୋ ସହରର ଐତିହାସିକ ରେଡ୍ ସ୍କୋୟାର୍ ଉପରେ ଉଡାଇଥିଲା  । ଅନ୍ୟପଟେ ଚଳିତବର୍ଷ ଭାରତରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ର ବିଜୟ ଦିବସ ପରେଡରେ ସାମିଲ ହୋଇଛନ୍ତି  । ଏଥିସହ ଭାରତୀୟ ସେନାର ଏକ 75 ଜଣିଆ ମିଳିତ କଣ୍ଟିଜେଣ୍ଟ ମଧ୍ୟ ଏହି ପରେଡରେ ଅଂଶଗ୍ରହଣ କରିଛନ୍ତି  । ଭାରତୀୟ କଣ୍ଟିଜେଣ୍ଟ୍ ସହିତ ଚୀନ୍ ସମେତ ଅନ୍ୟ 12 ଟି ଦେଶରୁ କଣ୍ଟିଜେଣ୍ଟ୍ ମଧ୍ୟ ଏହି ମିଳିତ ପରେଡରେ ସାମିଲ ହୋଇଛନ୍ତି  ।  ଭାରତୀୟ ସେନା କଣ୍ଟିଜେଣ୍ଟରେ ସ୍ଥଳସେନା,ବାୟୁସେନା ଓ ନୌସେନାରେ ଯବାନ ମାନେ ରୁଷ ସେନା ସହ ମିଳିତ ପରେଡ କରିଛନ୍ତି  ।

ଆଜିର ଏହି  ବିଜୟ ଦିବସରେ ପରେଡ ଭାରତର ପ୍ରତିରକ୍ଷା ମନ୍ତ୍ରୀ ସାମିଲ ହୋଇ କହିଛନ୍ତି, ‘ ଋଷର ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ସାମିଲ ହୋଇଛି । ତିନି ସେନାର କଣ୍ଟିଜେଣ୍ଟ ଏଥିରେ ସାମିଲ ହୋଇଥିବାରୁ ମୁଁ ଗର୍ବିତ ।’

ସେପଟେ ନିଜ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷର ବରିଷ୍ଠ ରାଜନେତାଙ୍କୁ ଭେଟି ଲଦାଖ ସୀମାରେ ବର୍ତ୍ତମାନର ପରିସ୍ଥିତି ନେଇ ଆଲୋଚନା କରିଛନ୍ତି  ।  ଏହି ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରୁଷଠାରୁ ସୁଖୋଇ,ମିଗ୍ ଏବଂ ଭାରତୀୟ ନୌସେନା ପାଇଁ ଉପକରଣ ଏବଂ ଅତିରିକ୍ତ ଜରୁରୀ ସେନା ସାମଗ୍ରୀ ଯୋଗାଇବା ନେଇ ଆଲୋଚନା କରିବେ ।

ପୂର୍ବରୁ ଏହି ଉପକରଣ ଜାହାଜରେ ସମୁଦ୍ର ମାର୍ଗ ଦେଇ ଭାରତକୁ ଯୋଗାଇ ଦିଆଯାଉଥିଲା କିନ୍ତୁ କରୋନା ପରିସ୍ଥିତି ଯୋଗୁଁ ଏସବୁ ଏବେ ସେଠାରେ ଅଟକି ରହିଛି  । ଯାହାକୁ ବିମାନ ଯୋଗେ ଭାରତ ଆଣିବା ପାଇଁ ପଦକ୍ଷେପ ନିଆଯିବ  । ଏଥିସହ ଋଷଠାରୁ S-400 ଏୟାର ଡିଫେନ୍ସ ସିଷ୍ଟମର ଚୁକ୍ତିକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ କହିବେ ଯାହା ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତକୁ ଆସିବାର ଅଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top