ଟେକ୍ନୋଲୋଜି

ଭାରତରେ ପବଜି ବ୍ୟାନ; ଚିଇଁକି ଉଠିଲା ଚୀନ

ନୂଆଦିଲ୍ଲୀ : ଭାରତର ଟେକନିକାଲ ଷ୍ଟ୍ରାଇକ୍-2.0କୁ ନେଇ ଚିଇଁକି ଉଠୁଛି ଚୀନ । ଗତକାଲି କେନ୍ଦ୍ର ସରକାର 118ଟି ଆପଲିକେସନ ଉପରେ ପ୍ରତିବନ୍ଧକ ଲଗାଇବା ପରେ ନିଜର ବୟାନ ରଖିଛି ଚୀନ । ଭାରତର ଏଭଳି ପଦକ୍ଷେପ ଚୀନ୍ ନିବେଶକ ଓ ସେବା ପ୍ରଦାନକାରୀମାନଙ୍କର ଆଇନଗତ ସ୍ୱାର୍ଥ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ଚୀନ । ଚୀନର ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ଗାଓ ଫେଙ୍ଗ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ସେ ଆହୁରି କହିଛନ୍ତି, ଭାରତ ଚୀନ୍ ମୋବାଇଲ୍‌ ଆପ୍‌ ନିଷେଧାଦେଶ ନିଷ୍ପତ୍ତିକୁ ଚୀନ ଦୃଢ଼ତାର ସହ ବିରୋଧ କରୁଛି।
ଗତକାଲି 118 ଟି ଆପଲିକେସନ ଉପରେ ପ୍ରତିବନ୍ଧକ ଲଗାଇବା ସହ ଭାରତ ମୋଟ୍ ୨୨୪ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି । ପୂର୍ବରୁ ଜୁନ୍ ୨୯ ତାରିଖ ଦିନ ଭାରତ ସରକାର ୫୯ଟି ଚୀନ୍ ଆପ୍ ନିଷିଦ୍ଧ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top