ଦେଶ

ସିଦ୍ଧୁଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ପ୍ରିୟଙ୍କା ତତ୍ପର ! ରହସ୍ୟ କ’ଣ ?

sidhu priyanka

ଅର୍ଗସ ବ୍ୟୁରୋ: ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ନବଜୋତ ସିଂହ ସିଦ୍ଧୁ । ସବୁବେଳେ ଚର୍ଚ୍ଚାରେ ଏବଂ ବିବାଦରେ ରହୁଥିବା ସିଦ୍ଧୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପଞ୍ଜାବ କ୍ୟାବିନେଟ୍‌କୁ ସେ ପୁଣି ରିଟର୍ଣ୍ଣ କରିବାର ସୂଚନା ମିଳିଛି । ସିଦ୍ଧୁ ଖାଲି ରିଟର୍ଣ୍ଣ କରୁ ନାହାନ୍ତି, ବରଂ ବଡ଼ ପଦବୀ ନେଇ ଆସୁଛନ୍ତି । ସିଧା ସଳଖ ଉପମୁଖ୍ୟମନ୍ତ୍ରୀ ପଦବୀ ନେଇ ସିଦ୍ଧୁ ପଞ୍ଜାବ କ୍ୟାବିନେଟ୍‌କୁ ଫେରିବେ ବୋଲି ଏବେ ଆଲୋଚନା ହେଲାଣି । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ସିଦ୍ଧୁଙ୍କ ମତ ଭେଦ ରହିଛି ଏହା କାହାକୁ ଅଛପା ନାହଁ । ତେବେ ଏଭଳି ପରିପ୍ରେକ୍ଷୀରେ ସିଦ୍ଧୁଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇବାର ରହସ୍ୟ କ’ଣ ବୋଲି ଏବେ ଚର୍ଚ୍ଚା ଚାଲିଛି ।

ସାରା ଦେଶ ଯେତେବେଳେ ପାକିସ୍ତାନ ବିରୋଧରେ, ପ୍ରତିଶୋଧର ନିଆଁରେ ଜଳୁଥିଲା ସେତେବେଳେ ସିଦ୍ଧୁ ଇମ୍ରାନ୍‌ ଖାନ୍‌ ଏବଂ ପାକିସ୍ତାନ ସପକ୍ଷରେ ମତ ଦେଇଥିଲେ । ଏହି କାରଣରୁ ସାରା ଦେଶରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ସିଦ୍ଧୁ ସୋସିଆଲ ମିଡିଆରେ ଢେର୍‌ ଟ୍ରୋଲ୍‌ ମଧ୍ୟ ହୋଇଥିଲେ । ଏମିତିକି ବାରମ୍ବାର ପାକିସ୍ତାନ ଯାଇ ଇମ୍ରାନ୍‌ଙ୍କୁ ସପୋର୍ଟ କରିବା ସହ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସିଦ୍ଧୁ । ଏହି କାରଣରୁ ସିଦ୍ଧୁଙ୍କ ଭାବମୂର୍ତ୍ତି ସାରା ଦେଶରେ ବିଗିଡ଼ିଯାଇଛି ।

ଖାଲି ସେତିକି ନୁହେଁ ବିବାଦ କାରଣରୁ ବହୁ ଚର୍ଚ୍ଚିତ କପିଲ ଶର୍ମା ସୋ’ ମଧ୍ୟ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା । ସିଦ୍ଧୁ ରହିବା ଦ୍ୱାରା କପିଲ୍‌ ଶର୍ମା ସୋ’ର ଟିଆର୍‌ପି ଖସିଥିଲା । ଏବଂ ଏହି କାରଣରୁ ତାଙ୍କୁ ପ୍ରୋଗ୍ରାମ୍‌କୁ ଆସିବାକୁ ମନା କରିଦିଆଯାଇଥିଲା । ଅନ୍ୟପଟେ ସିଦ୍ଧୁ ନିଜ ମନ୍ତ୍ରୀ ପଦ ମଧ୍ୟ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ହେଲେ ଯଥା ପୂର୍ବଂ ତଥା ପରଂ । ଏତେ ସରି ହେବା ପରେ ମଧ୍ୟ ସିଦ୍ଧୁ ପାକିସ୍ତାନ ସପକ୍ଷରେ ଏବଂ ଇମ୍ରାନ୍‌ଙ୍କୁ ପ୍ରଶଂସା କରିବାରେ ହେଳା କରି ନାହାନ୍ତି ।

ଏବେ ପୁଣି ଥରେ ସିଦ୍ଧୁ ଚର୍ଚ୍ଚାକୁ ଆସିବାର କାରଣ ହେଲା ସେ ହଠାତ୍‌ ପଞ୍ଜାବର ଉପ-ମୁଖ୍ୟମନ୍ତ୍ରୀ ପଦରେ ବସିପାରନ୍ତି । ଆଉ ତାଙ୍କୁ ଖୁବ୍‌ ସପୋର୍ଟ କରୁଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । କାରଣ ଦୀର୍ଘ ଦିନ ହେବ ସିଦ୍ଧୁ କଂଗ୍ରେସଠାରୁ ସାଇଡ୍‌ ହୋଇ ରହିବ ଦ୍ୱାରା ଏବେ ସେ ଆପ୍‌ ଏବଂ ଭାଜପା ଆଡ଼କୁ ମୁହାଁଉଥିବା ପ୍ରିୟଙ୍କା ସୂଚନା ପାଇଛନ୍ତି । ଯଦି ସିଦ୍ଧୁ କଂଗ୍ରେସ ଛାଡ଼ନ୍ତି ତେବେ ତାଙ୍କ ସହ ଅନେକ ବିଧାୟକ ମଧ୍ୟ ଦଳ ଛାଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । କାରଣ ପଞ୍ଜାବ କଂଗ୍ରେସରେ ଏଭଳି ଅନେକ ବିଧାୟକ ରହିଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପ୍ରତି ଅସନ୍ତୁଷ୍ଟ ରହିଛନ୍ତି । କିନ୍ତୁ ସେମାନେ ସିଦ୍ଧୁଙ୍କ ସପକ୍ଷରେ ରହିଛନ୍ତି । ସିଦ୍ଧୁ ଯଦି ଦଳ ଛାଡ଼ିବେ ତେବେ ସେମାନେ ମଧ୍ୟ ଦଳ ଛାଡ଼ିବାର ସମ୍ଭାବନା ରହିଛି । ତେଣୁ ସିଦ୍ଧୁଙ୍କୁ ବଡ଼ ପଦବୀ ଦେଇ ସନ୍ତୁଷ୍ଟ କରିବା ପାଇଁ ଯାୋଜନା କରିଛନ୍ତି ପ୍ରିୟଙ୍କା । ସିଦ୍ଧୁଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦରେ ଥଇଥାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ପ୍ରିୟଙ୍କା ।

ଏନେଇ କୌଣସି ପଞ୍ଜାବ କଂଗ୍ରେସ ନେତା ମୁହଁ ଖୋଲି ନଥିଲେ ମଧ୍ୟ ଏହି ଘଟଣାକୁ ମନା ମଧ୍ୟ କରିନାହାନ୍ତି । ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ସେମାନେ ସବୁ ଛାଡ଼ି ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top