ଦେଶ

ପଞ୍ଜାବାରେ ନକଲି ମଦ ପିଇ ଗଲାଣି ୮୦ ଜୀବନ, ମୁଖ୍ୟମନ୍ତ୍ରୀ ନେଲେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼: ପଞ୍ଜାବରେ ନକଲି ମଦ୍ୟପାନ କରି ଗଲାଣି 80 ଲୋକଙ୍କ ଜୀବନ । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମିରିନ୍ଦର ସିଂହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ 2 ଡିଏସପି, 4 ଏସଏଚ୍‌ଓ ଓ 7 ଅବକାରୀ ଅଧିକାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ନକଲି ମଦ ପିଇ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ଏକ ଘଟଣା ପରେ ପୋଲିସ ମଧ୍ୟ ତତ୍ପରତା ପ୍ରକାଶ କରିଛି । 100ରୁ ଅଧିକ ସ୍ଥାନରେ ଚଢ଼ାଉ କରି ପୋଲିସ 17 ଜଣଙ୍କୁ ଗିରଫ କରିଛି ।

 ନକଲି ମଦ ବ୍ୟବସାୟ ନେଇ ପୋଲିସକୁ ମିଳିଥିଲା ଖବର । ଏହାପରେ ମୃତକଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ତରଣତାରଣରେ ଅଧିକ ଲୋକ ନକଲି ମଦ ପିଇ ମୃତ୍ୟୁବରଣ କରିଛନ୍ତି । ଏବେସୁଦ୍ଧା ଏହି ସଂଖ୍ୟା 42ରେ ପହଞ୍ଚିଛି ।

ତେବେ ଅଧିକାଂଶ ପରିବାର ଏହାକୁ ମାନିବାକୁ ରାଜି ହେଉ ନାହାନ୍ତି । ସେମାନଙ୍କ କହିବା କଥା ଯେଉଁ ପରିବାର ସଦସ୍ୟର ମୃତ୍ୟୁ ହୋଇଛି ସେମାନେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ଏପରିକି ସେମାନେ ପୋଷ୍ଟମର୍ଟମ କରିବାକୁ ଦେଉନାହାନ୍ତି । ଏହାସହ ଥାନାରେ କୌଣସି ଅଭିଯୋଗ ମଧ୍ୟ କରୁନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top