ନ୍ୟୁଜ୍

ଚଳିତ ବର୍ଷ ରଥଯାତ୍ରା ସଫଳ ହୋଇଥିବାରୁ ଧନ୍ୟବାଦ ଜଣାଇଲେ ପୁରୀ ଗଜପତି  

ପୁରୀ:  ଚଳିତ ବର୍ଷ ରଥଯାତ୍ରା ସଫଳ ହୋଇଥିବାରୁ ଧନ୍ୟବାଦ ଜଣାଇଲେ ପୁରୀ ଗଜପତି । କହିଲେ, ମହାପ୍ରଭୁଙ୍କ ଦୟାରୁ ରଥଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଛି । ସରକାର, ମନ୍ଦିର ପ୍ରଶାସନ ଓ ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଜଣାଇଲେ । ରଥଯାତ୍ରାକୁ ସଫଳ କରିବା ପାଇଁ ଗାଇଡ଼ଲାଇନ୍ ମାନି ସମସ୍ତେ ଘରେ ରହି ରଥଯାତ୍ରା ଦେଖିଛନ୍ତି

ଚଳିତବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ପୁରୀରେ ରଥଯାତ୍ରା ହୋଇଛି  ।   ମହାପ୍ରଭୁ ବଡ଼ଦେଉଳୁ ବାହାରି ରଥ ଚଢ଼ି ଗୁଣ୍ଡିଚା ମନ୍ଦିର ଗଲେ । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ପୁଣି ବାହୁଡ଼ିଲେ ନୀଳମଣି । ଏସମସ୍ତ ପ୍ରକ୍ରିୟା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । କେବଳ କୋଭିଡ୍ ନେଗେଟିଭ୍ ସେବାୟତ ମହାପ୍ରଭୁଙ୍କ ରଥ ଟାଣିଥିଲେ । ଶାନ୍ତିଶୃଙ୍ଖଳାର ସହ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମାପନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top