ଧର୍ମ

କୋରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ପୁରୀ : କୋରୋନା ସତର୍କତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ଠାରୁ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିରରେ କାଲି ଠାରୁ ପ୍ରବେଶ କରିପାରିବେନି ଦର୍ଶନାର୍ଥୀ। ମାର୍ଚ୍ଚ 31 ଯାଏଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ତେବେ ନୀତିକାନ୍ତି ପାଇଁ କେବଳ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ପାରିବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

ସାରା ଦେଶରେ କାୟା ବିସ୍ତାର କରୁଥିବା କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏପରିକି ବହୁ ଜିଲ୍ଲାରେ ଧାରା 144 ଜାରି କରାଯାଇଛି। ଭିଡ଼ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବନ୍ଦ କରାଯାଇଥିବା ବେଳେ ସ୍କୁଲ, କଲେଜ, ସିନେମା ହଲ ସବୁ ବନ୍ଦ କରାଯାଇଛି। ବହୁ ସ୍ଥାନରେ କଟକଣା ମଧ୍ୟ ଲଗା ଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top