ନ୍ୟୁଜ୍

ତିନି ରଥ ପାଇଁ ବିଜେ ହେଲା ଆଜ୍ଞା ମାଳ

ପୁରୀ: ତିନି ରଥ ପାଇଁ ବିଜେ ହେଲା  ଆଜ୍ଞା ମାଳ । ସିଂହଦ୍ୱାର ପାଖକୁ ରଥ ଅଣାଯିବା ପାଇଁ ଶ୍ରୀଜିଉଙ୍କୁ ଆଜ୍ଞା ମାଳ କରାଯାଇଛି । ତେବେ ପ୍ରଶାସନ ଆଜ୍ଞାମାଳ ବିଜେ ନୀତି ପରେ ରଥ ଟାଣିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତି ନେଇନଥିବାରୁ ଶ୍ରୀମନ୍ଦିରର ସେବାପୂଜା ତଥା ବିଧି ପରମ୍ପରା ଭଙ୍ଗ ହେବାର ସମ୍ଭାବନା ଥିବା ଆଶଙ୍କା କରାଯାଉଛି । ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର 5 ଜଣିଆ ସେବାୟତ ଏହି ଧାର୍ମିକ ସଙ୍କଟରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବାବେଳେ ସ୍ୱତନ୍ତ୍ର ଅର୍ଡିନାନ୍ସ ପାସ କରି ରଥଯାତ୍ରା କରାଇବା ପାଇଁ ଅନୁରୋଧ କରିଛନ୍ତି ।

କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡିତ ଥିବା ମହାପ୍ରଭୁଙ୍କ ଘୋଷଯାତ୍ରା କୋଭିଡ ମହାମାରୀ ଯୋଗୁଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିନଥିବାବେଳେ ଏହାକୁ ନେଇ ଉଭୟ ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟ, ପରିଚାଳନା କମିଟି ସଭାପତି ଗଜପତି ମହାରାଜା ଓ ଶେଷରେ ସେବାୟତମାନେ ଧର୍ମ ରକ୍ଷା ଓ ଶାସ୍ତ୍ରୀୟ ବିଧି ବିଧାନକୁ ନଜରରେ ରଖି ରଥଯାତ୍ରା କରାଇବା ନେଇ ଯୁକ୍ତି ବାଢ଼ିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top