ଧର୍ମ

ସୁପ୍ରିମକୋର୍ଟଙ୍କ ମହାରାୟ, ପୁରୀରେ ହେବ ରଥଯାତ୍ରା  

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଏନେଇ ସୁପ୍ରିମକୋର୍ଟରୁ ଆସିଲା ବଡ଼ ରାୟ। ପ୍ରାୟ ଦେଢ ଘଣ୍ଟାର ବିଚାର ବିମର୍ଶ କରିବା ପରେ ନିଷ୍କର୍ଶରେ ପହଞ୍ଚିଛନ୍ତି ସୁପ୍ରିମକୋର୍ଟ। ତେବେ ବିନା ଭକ୍ତରେ କଟକଣା ମଧ୍ୟରେ କେବଳ ପୁରୀରେ ହେବ ରଥଯାତ୍ରା। ଏ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ନିଷ୍ପତ୍ତି ଛାଡ଼ିଲେ ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତିଙ୍କ ନେତୃତ୍ଵରେ 3 ଜଣିଆ ଖଣ୍ଡପୀଠରେ ରଥଯାତ୍ରା ପ୍ରସଙ୍ଗରେ ଶୁଣାଣି ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶୁଣାଣି କରାଯାଇଛି। ନାଗପୁର ସ୍ଥିତ ଘରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ବିଚାରପତି ଶୁଣାଣି କରିଛନ୍ତି।

ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଛନ୍ତି ଯେ, ରଥଯାତ୍ରା ସମୟରେ ସଂକ୍ରମଣ ଯେମିତି ନବ୍ୟାପେ ସେଥିପାଇଁ ରାଜ୍ୟ ସରକାର ଦାୟିତ୍ଵ ନେବେ। ରଥଯାତ୍ରା ସମୟରେ ଭକ୍ତଙ୍କ ଯୋଗଦାନ କିମ୍ବା ଜନ ସମାବେଶ ହେବନି। ଏଥିପାଇଁ ରାଜ୍ୟ ସରକାର ତ୍ଵରିତ କାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉତ୍ତରରେ ରାଜ୍ୟ ସରକାର କହିଛନ୍ତି ଯେ, ସଂକ୍ରମଣ ବଢିଲେ ଆମ ମୁଣ୍ଡ ତଳକୁ ହେବ। ତେଣୁ ଏଥିପାଇଁ ଆମେ ଯତ୍ନବାନ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଓକିଲ ସାଲଭେ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top