ଧର୍ମ

ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଆଜି ଆଡପ ମଣ୍ଡପରେ ନୀତିକାନ୍ତି ସହ ବାହାରିବ ଆଡପ ଅବଢା

ଅର୍ଗସ ବ୍ୟୁରୋ : ଜନ୍ମବେଦୀରେ ଶ୍ରୀଜିଉ । ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ । ଏହା ସହ ଆଜିଠୁ ବାହାରିବ ଆଡ଼ପ ଅବଢା । ଭକ୍ତମାନେ ମହାପ୍ରସାଦ ପାଇବା ପାଇଁ ବ୍ୟବସ୍ଥା କରାଯିବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଥିପାଇଁ ସ୍ଥାନ ନିରୂପଣ ହେବ । ଏଥିପାଇଁ ଟୋକନ ବ୍ୟବସ୍ଥା ହେବ ।

ଗତକାଲି ଆଡପ ମଣ୍ଡପ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି । ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ପରେ ପହଣ୍ଡି ଆରମ୍ଭ ହୋଇଥିଲା । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ମହାପ୍ରଭୁ । ପ୍ରଥମେ ଶ୍ରୀମଦନ ମୋହନ ପହଣ୍ଡି ପରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହାପରେ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଆଡପ ମଣ୍ଡପ ବିଜେ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top