ଧର୍ମ

ଶରଧାବାଲିରେ ତିନି ରଥ, ଆଜି ଆଡପ ମଣ୍ଡପ ବିଜେ ନୀତି

WEB_CARD_DESIGN RATHA

ଅର୍ଗସ ବ୍ୟୁରୋ : ଶରଧାବାଲିରେ ତିନିରଥ। ଆଜି ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ । ଶରାଧାବାଲିରେ ରଥ ଉପରେ ଦର୍ଶନ ଦେଉଥିବା ଶ୍ରୀଜିଉ ଆଜି ଜନ୍ମବେଦୀକୁ ପହଣ୍ଡି ହୋଇ ବିଜେ କରିବେ । ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ । ଆଡ଼ପ ଅବଢ଼ା ବି ପ୍ରସ୍ତୁତ ହୋଇଥାଏ । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଆଡ଼ପ ଦର୍ଶନ ବନ୍ଦ ରଖାଯାଇଛି। ବିନା ଭକ୍ତରେ ଜନ୍ମବେଦିରେ 9 ଦିନ ଦର୍ଶନ ଦେବେ ମହାପ୍ରଭୁ ।

ସନ୍ଧ୍ୟା ଦର୍ଶନ ପାଇଁ ବି ଭକ୍ତମାନେ ଆତୁର ହୋଇଥାନ୍ତି। ଏଥର ସଂଧ୍ୟା ଦର୍ଶନରୁ ବି ଭକ୍ତ ବଞ୍ଚିତ ରହିବେ । କୋରୋନା କଟକଣା ଭିତରେ ସମସ୍ତ ନୀତି ସମ୍ପନ୍ନ କରାଯିବ । ଆଡ଼ପ ମଣ୍ଡପ ବିଜେ ପରେ ଆସନ୍ତାକାଲିଠାରୁ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସହ ମହାପ୍ରସାଦ ପ୍ରସ୍ତୁତ ହେବ । ତେବେ ଗତକାଲି ନୀତି ନିର୍ଘଣ୍ଟରେ ସରିଥିଲା ସମସ୍ତ ନୀତିକାନ୍ତି । କଡା କଟକଣା ଭିତରେ ସମ୍ପନ୍ନ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ପରେ ପ୍ରଭୁ ବଳଦେବଙ୍କ ପହଣ୍ଡି ବିଜେ ନୀତି କରାଯାଇଥିଲା । ଧାଡି ପହଣ୍ଡିରେ ରତ୍ନବେଦୀରୁ ରଥକୁ ଆଣିଥିଲେ ସେବାୟତ । ଏହାପରେ ଶ୍ରଦ୍ଧା ଓ ଭକ୍ତିର ସହ ତିନିଠାକୁରଙ୍କ ରଥକୁ ଟାଣି ନେଇଥିଲେ ପୋଲିସ ଏବଂ ସେବାୟତ । ସନ୍ଧ୍ୟା 5ଟା ଭିତରେ ଶରଧାବାଲିରେ ଲାଗିଥିଲା ତିନି ରଥ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top