ନ୍ୟୁଜ୍

“ରାତ ଅକେଲି”ର ଟ୍ରେଲର ରିଲିଜ୍

ଅର୍ଗସ ବ୍ୟୁରୋ : ନୱାଜୁଦ୍ଦୀନ ସିଦ୍ଦିକି ଏବଂ ରାଧିକା ଆପ୍ଟେଙ୍କ ଷ୍ଟାରର ଫିଲ୍ମ ରାତ ଅକେଲିର ଟ୍ରେଲର ରିଲିଜ ହୋଇଛି। ଏହା ଏକ ମର୍ଡର ମିଷ୍ଟ୍ରୀ ଫିଲ୍ମ। ଏହି ଫିଲ୍ମରେ ନୱାଜୁଦ୍ଦୀନ ଜଣେ ପୋଲିସ ଅଫିସର ଭୂମିକାରେ ଅଛନ୍ତି। ଫିଲ୍ମର କାହାଣୀ ଗୋଟିଏ ପରିବାର ସହ ଜଡ଼ିତ। ଏହି ପରିବାରର ମାଲିକ ଠାକୁର ରଘୁବୀର ସିଂହଙ୍କ ମୃତ୍ୟୁ ହୋଇଛି। ତେବେ ପରେ ଜଣାପଡ଼େ ଯେ, ଏହା ମୃତ୍ୟୁ ନୁହେଁ ବରଂ ହତ୍ୟା। ଏହାପରେ ମର୍ଡର ମିଷ୍ଟ୍ରୀ ସମାଧାନ କରିବାକୁ ଇନସପେକ୍ଟର ଜଟିଲ ଯାଦବଙ୍କ ଭୂମିକାରେ ନୱାଜୁଦ୍ଦୀନ ନଜର ଆସିବେ।

ଏହି କେସର ଇନଭେଷ୍ଟିଗେସନ କରିବା ସମୟରେ ନୱାଜ ଜାଣିବାକୁ ପାଆନ୍ତି ଯେ, ରଘୁବୀରଙ୍କର ତାଙ୍କ ଘର ସହ ଭଲ ସମ୍ବନ୍ଧ ନଥିଲା। ଫିଲ୍ମର ଟ୍ରେଲର ଖୁବ୍ ରୋଚକ ରହିଛି। ଏଥିରେ ପ୍ରତିଟି ଭୂମିକା କିଛି ନା କିଛି ଲୁଚାଉଥିବା ନଜର ଆସିବେ।

ଏଥିରେ ନୱାଜୁଦ୍ଦୀନଙ୍କ ସହ ରାଧିକା ଆପ୍ଟେ, ଶ୍ଵେତା ତ୍ରିପାଠୀ, ନିଶାନ୍ତ ଦହିୟା, ତିଗମାଂଶୁ ଧୁଲିଆ ଏବଂ ବହୁ ଅନ୍ୟ ତାରକା ଅଛନ୍ତି। ଏହି ଫିଲ୍ମ ନେଟଫ୍ଲିକ୍ସରେ ଜୁଲାଇ 31ରେ ରିଲିଜ ହେବାକୁ ଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top