ଦେଶ

ୟୁଏଇ ଏୟାରବେସ୍‌ରେ ପହଞ୍ଚିଲା ଫ୍ରାନ୍ସରୁ ଆସୁଥିବା ୫ ରାଫେଲ ବିମାନ

rafale

ନୂଆଦିଲ୍ଲୀ: ଫ୍ରାନ୍ସରୁ ଭାରତ ଅଭିମୁଖେ ଆସୁଥିବା 5 ରାଫେଲ ବିମାନ ୟୁଏଇରେ ପହଞ୍ଚିଛି । ଫ୍ରାନ୍ସର ମେରିନେକ୍‌ ଏୟାରବେସ୍‌ରୁ ଉଡ଼ାଣ ଭରିଥିବା ରାଫେଲ ବିମାନ ଲଗାତାର 7 ଘଣ୍ଟା ଉଡ଼ାଣ ଭରିବା ପରେ ୟୁଏଇରେ ପହଞ୍ଚିଛି । ଭାରତ ଆସୁଥିବା ପ୍ରଥମ କିସ୍ତିର 5 ରାଫେଲ ଜେଟ୍‌ ୟୁଏଇର ଅଲ ଦଫରା ଏୟାରବେସ୍‌ରେ ପହଞ୍ଚିଛି ।

ୟୁଏଇରେ ଅଲ ଦଫରା ଏୟାରବେସରେ ରାଫେଲ ପାଇଲଟଙ୍କ ପାଇଁ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ପାଞ୍ଚ ବିମାନ 7000 କିମି ଉଡ଼ାଣ ଭରିବା ପରେ ଭାରତରେ ଜୁଲାଇ 29ରେ ପହଞ୍ଚିବ ।

ଫ୍ରାନ୍ସ ପାଖରୁ ମୋଟ 36ଟି ରାଫେଲ ବିମାନ ପାଇଁ ଭାରତ 2016ରେ ଚୁକ୍ତି କରିଛି । ଏହାପରେ ଭାରତକୁ ପ୍ରଥମେ ଏହି ପାଞ୍ଚ ରାଫେଲ ମିଳିବାକୁ ଯାଉଛି । କରୋନା ପାଇଁ ଜେଟ ଡେଲିଭରିରେ ବିଳମ୍ବ ହୋଇଛି । ଚୁକ୍ତି ହିସାବରେ ସମସ୍ତ ଜେଟ୍‌ ଦୁଇ ବର୍ଷରେ ଭାରତକୁ ମିଳିବାର ଅଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top