ନ୍ୟୁଜ୍

ଆଗାମୀ 6 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

RAIN

ଅର୍ଗସ ବ୍ୟୁରୋ : ଆସନ୍ତା 48 ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଆଗାମୀ 6 ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ 13ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏ ନେଇ ସୂଚନା ଦେଇଛି ଆଇଏମଡି ।

ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ । କିନ୍ତୁ ଓଡ଼ିଶାକୁ କେବେ ପ୍ରବେଶ କରିବ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ସାଧାରଣତଃ କେରଳକୁ ମୌସୁମୀ ପ୍ରବେଶ କରିବାର 10ରୁ 11 ଦିନ ମଧ୍ୟରେ ଓଡ଼ିଶାକୁ ଆଗମନ ହୁଏ । କିନ୍ତୁ ଆସନ୍ତା 48 ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଏଥିରେ ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top