X
Breaking News
ନ୍ୟୁଜ୍

କେନ୍ଦୁଝରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଜ ପ୍ରସ୍ତୁତି

Raja_doli

କେନ୍ଦୁଝର: ଆସୁଛି ରଜ ପର୍ବ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ବାଲିପାଳ ଗାଁ ରଜପର୍ବ ଅତି ଜାକଜମକରେ ପାଳନ କରାଯାଏ  । 15ଦିନ ପୂର୍ବରୁ ଏଥିପାଇଁ ଆରମ୍ଭ ହୋଇଥାଏ ପ୍ରସ୍ତୁତି  । ପିଠାପଣା ପାଇଁ ଢିଙ୍କିକୁଟା, ଦୋଳି ପାଇଁ ପ୍ରସ୍ତୁତି ଏବଂ ଝିଅମାନଙ୍କର ରଜ ସଜବାଜ ଏବେ ଠାରୁ ଆରମ୍ଭ ହୋଇଗଲାଣି  । ରଜପ୍ରସ୍ତୁତି ଏବେ ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

raja

କେନ୍ଦୁଝର ଘସିପୁରା ବ୍ଲକର ବାଲିପାଳ ଗାଁ ବୋହୁମାନେ ଢିଙ୍କିଶାଳରେ ଭିଡ ଜମାଇଛନ୍ତି  । କିଏ ଢିଙ୍କି କୁଟୁଛି ତ ଆଉ କିଏ ଚୁନା ଚଲାଉଛି । ରଜରେ ଆରିସା, କାକରା, ମଣ୍ଡା, ପୋଡ ପିଠା ଆଦି ତିଆରି ପାଇଁ ଚାଲିଛି ପ୍ରସ୍ତୁତି । ସେପଟେ ଝିଅମାନେ ରଜ ପାଇଁ ଏବେଠାରୁ ସଜବାଜ ହେବା ଆରମ୍ଭ କରିଦେଇଛନ୍ତି  । କେବଳ ବାଲିପାଳ ନୁହେଁ, ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମୂହିକ ଭାବେ ରଜ ପାଳନ କରାଯାଉଛି । ଗାଁର ଯୁବକମାନେ ବିଭିନ୍ନ ପ୍ରକାର ଦୋଳି ତିଆରି କରିବାରେ ଲାଗି ପଡିଛନ୍ତି  । ଦିନକୁ ଦିନ ଲୋପ ପାଇବାକୁ ବସିଥିବା ପରମ୍ପରାକୁ ଉଜ୍ଜିବିତ କରି ରଖିବାକୁ ଉଦ୍ୟମ କରୁଛନ୍ତି ଯୁବଗୋଷ୍ଠୀ  । ରଜକୁ ଅଧିକ ଆନନ୍ଦଦାୟକ କରିବା ପାଇଁ 3ଦିନ ଧରି ନୃତ୍ୟଗୀତର ମଧ୍ୟ ଆୟୋଜନ କରାଯାଇଛି । ଆଧୁନିକତା ର ଜାକଜକମରେ ଗ୍ରାମାଞ୍ଚଳରେ ଆଜିବି ବଞ୍ଚିଛି ଆମ ସଂସ୍କୃତି ଓ ପରମ୍ପରା ।  ଯାହାର ଉଦାହରଣ ପାଲଟିଛି  ଆମ ରାଜ୍ୟର ଗଣ ପର୍ବ ରଜ ।

raja

Click to comment

Leave a Reply

Your email address will not be published. Required fields are marked *

Most Popular

To Top