ଦେଶ

ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ: ୧୦ମୃତ,୨୫ ଗୁରୁତର

accident

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାଜସ୍ଥାନର ବୀକାନେର ଜିଲ୍ଲା ନିକଟରେ ଶ୍ରୀ ଡୁଙ୍ଗରଗଢ ରାଜମାର୍ଗ 11 ଉପରେ ଏକ ଟ୍ରକ ଓ ବସ୍‌ ମୁହାଁମୁହିଁ ଧକ୍କା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି । 20-25 ଲୋକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ନିଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି  ଧକ୍କା ଫଳରେ ବସ୍‌ରେ ନିଆଁ ଲାଗିଯାଇଛି ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପୋଲିସ୍ ଅଧିକାରୀଙ୍କ ସୁଚନାନୁଯାୟୀ ସକାଳ ସାଢେ 7 ଟାରେ ବୀକାନେର ଜୟପୁର ରାଜମାର୍ଗ ଉପରେ ଜୋଧାମାର୍ଗ ଓ ସାରୁଣା ଗାଁର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଯାତ୍ରୀରେ ଭରା ବସ୍‌ଟି ଟ୍ରକ ସହ ଧକ୍କା ହୋଇଥିଲା । ଘଟଣାର ସୂଚନା ମିଳିବା ମାତ୍ରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top