X
Breaking News
ନ୍ୟୁଜ୍

ପେଶା କାଠ କାମ, ନିଶା ରେଡିଓ ସଂଗ୍ରହ କରିବା: ସ୍ଥାନ ଅଭାବରୁ ପୂରଣ ହୋଇପାରୁନି ରାଜେନ୍ଦ୍ରଙ୍କ ଲକ୍ଷ୍ୟ !

RADIO.GFX_00000

ଭୁବନେଶ୍ୱର: ଟିଭି , ମୋବାଇଲ୍ ଯୁଗରେ ଦେଖିବାକୁ ମିଳୁନି ରେଡିଓ  । କିନ୍ତୁ ସମୟର ସୁଅରେ ହଜିଯାଉଥିବା ରେଡିଓକୁ ସଂଗ୍ରହ କରିବାରେ ଲାଗିପଡିଛନ୍ତି ଭୁବନେଶ୍ବରର ରାଜେନ୍ଦ୍ର ସାହୁ  ।

ସ୍ମାର୍ଟସିଟିର ରେଡିଓ ପ୍ରେମୀ ରାଜେନ୍ଦ୍ର ସାହୁ  । ପେଶାରେ କାଠ କାରିଗର ରାଜେନ୍ଦ୍ରଙ୍କ ନିଶା ରେଡିଓ ସଂଗ୍ରହ କରିବା ।  ନିଜର ଅସଜଡା ଘରେ ସେ ସାଇତି ରଖିଛନ୍ତି ଭଳିକି ଭଳି ରେଡିଓ  । ଆଧୁନିକ ଯୁଗରେ ସମସ୍ତେ ପୁରୁଣା ରେଡିଓକୁ ଭୁଲିଯାଇଥିବା ବେଳେ ରାଜେନ୍ଦ୍ରଙ୍କର ନିଶା କିନ୍ତୁ ରେଡିଓ ସଂଗ୍ରହ କରିବା  । ଏଭିତରେ ସେ ପ୍ରାୟ 300ରୁ ଅଧିକ ରେଡିଓ ସଂଗ୍ରହ କରି ସାରିଲେଣି  । ଆଗାମୀ ପିଢି କିପରି ରେଡିଓକୁ ଦେଖି ତାର ବିଶେଷତ୍ୱ ଜାଣିବେ ଏହାର ତାଙ୍କର ମୁଖ୍ୟ ଲକ୍ଷ୍ୟ  ।

କାଠ କାରିଗର ଭାବରେ ଜଣାଶୁଣା ଥିବା ରାଜେନ୍ଦ୍ର ପୁରୁଣା ରେଡିଓକୁ କାଠର ଫ୍ରେମ୍‌ ଲଗାଇ ଚକାଚକ କରୁଛନ୍ତି  । ଆଉ ତାଙ୍କର ଏହି ନିଆରା ସଉକକୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ପରିବାର ଲୋକ  । କିନ୍ତୁ ଘର ଖଣ୍ଡିଏ ନଥିବାରୁ ଏତେ ରେଡିଓକୁ ସାଇତି ରଖିବା ସମ୍ଭବପର ହେଉନାହିଁ  ।

 ଭୁବନେଶ୍ୱରର ଏହି ରେଡିଓ ପ୍ରେମୀ ନିଆରା ସଉକ ତାଙ୍କୁ ଆଖପାଖରେ ବେଶ ପରିଚିତ କରାଇଛି । ତେବେ ସରକାରଙ୍କ ତରଫରୁ ଏହି ରେଡିଓକୁ ରଖିବା ପାଇଁ ମ୍ୟୁଜିୟମର ବ୍ୟବସ୍ଥା କରାଗଲେ ଆଗାମୀ ପିଢ଼ି ନିଶ୍ଚିତ ଭାବରେ ରେଡିଓ ବିସୟରେ ଅନେକ କିଛି ଜାଣି ପାରନ୍ତେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top