ଦେଶ

ଏଲଏସିରେ ସ୍ଥିତି ପରିବର୍ତ୍ତନ କରିବାକୁ ପିଏଲଏର ପ୍ରୟାସ ଦ୍ୱିପାକ୍ଷିକ ବୁଝାମଣାକୁ ଉଲ୍ଲଂଘନ କରୁଛି- ରାଜନାଥ ସିଂହ

ଅର୍ଗସ ବ୍ୟୁରୋ : ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ସୀମାରେ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱି ଫେଙ୍ଗେ ଋଷର ରାଜଧାନୀ ମସ୍କୋରେ ସାକ୍ଷାତ କରିଛନ୍ତି। ଦୁଇ ମନ୍ତ୍ରୀ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବାକୁ ପହଞ୍ଚିଛନ୍ତି। ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି। କାର୍ଯ୍ୟାଳୟ କହିଛି ଯେ, ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ଭାରତ-ଚୀନ୍ ସମ୍ପର୍କର ବିକାଶ ବିଷୟରେ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ସ୍ପଷ୍ଟ ଏବଂ ଗଭୀର ଆଲୋଚନା ହୋଇଛି। ଆଲୋଚନା ସମୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍ଥିତି ପରିବର୍ତ୍ତନ କରିବାକୁ ପିଏଲଏର ପ୍ରୟାସ ଦ୍ୱିପାକ୍ଷିକ ବୁଝାମଣାକୁ ଉଲ୍ଲଂଘନ କରୁଛି।

କାର୍ଯ୍ୟାଳୟ କହିଛି ଯେ, ‘ଗତ କିଛି ମାସ ହେବ ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳର ଗଲୱାନ ଉପତ୍ୟକା ସମେତ LACରେ ହୋଇଥିବା ଘଟଣାକ୍ରମକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି। ବହୁ ସଂଖ୍ୟକ ସୈନିକ ନିୟୋଜନ, ସେମାନଙ୍କ ଆକ୍ରମଣାତ୍ମକ ଆଚରଣ ଏବଂ ସ୍ଥିତି ପରିବର୍ତ୍ତନ କରିବାକୁ ଏକପାଖିଆ ଉଦ୍ୟମ ସମେତ ଚୀନ୍ ସୈନ୍ୟଙ୍କ କାର୍ଯ୍ୟ ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତୀୟ ସୈନିକମାନେ ସୀମା ପରିଚାଳନା ପ୍ରତି ସର୍ବଦା ଏକ ଦାୟିତ୍ଵପୂର୍ଣ୍ଣ ମନୋଭାବ ପୋଷଣ କରୁଛନ୍ତି। କିନ୍ତୁ ଏଥି ସହିତ, ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ଆମର ସଂକଳ୍ପ ଉପରେ କୌଣସି ସନ୍ଦେହ ରହିବା ଉଚିତ୍ ନୁହେଁ। ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିକୁ ଦାୟିତ୍ୱବାନ ଭାବେ ନିୟନ୍ତ୍ରଣ କରାଯିବା ଉଚିତ୍। ଉଭୟ ପକ୍ଷଙ୍କୁ ଜଟିଳ କରିବା ଭଳି ଅନ୍ୟ କୌଣସି ପଦକ୍ଷେପ ନେବା ଉଚିତ୍ ନୁହେଁ। କୂଟନୈତିକ ଏବଂ ସାମରିକ ଉପାୟ ମାଧ୍ୟମରେ ଉଭୟ ପକ୍ଷ ଆଲୋଚନା ଜାରି ରଖିବା ଉଚିତ୍।

Click to comment

Leave a Reply

Your email address will not be published. Required fields are marked *

Most Popular

To Top