ଟେକ୍ନୋଲୋଜି

ସ୍ୱଦେଶୀ ଲଢୁଆ ବିମାନ ‘ତେଜସ୍‌’ରେ ପ୍ରଥମ ଥର ଉଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

rajnath

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବେଙ୍ଗାଲୁରୁରେ ଥିବା ‘ହାଲ୍‌’ ବିମାନ ବନ୍ଦରରୁ ସ୍ୱଦେଶୀ ଯାନ୍ତ୍ରୀକ ଲଢୁଆ ବିମାନ ତେଜସ୍‌ରେ ଉଡିଛନ୍ତି ।  ତେବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ରାଜନାଥ ସିଂହଙ୍କ  କୌଣସି ଲଢୁଆ ବିମାନରେ ଉଡିବା ଏହା ହେଉଛି ପ୍ରଥମ । ରାଜନାଥଙ୍କ ପୂର୍ବରୁ ଦେଶର କୌଣସି ରକ୍ଷାମନ୍ତ୍ରୀ ଉଡାଣ ଭରିନଥିଲେ ।  ତେଜସ୍‌ ରେ ଉଡିବା ପରେ  ରାଜନାଥ ସିଂହ  ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଉଡାଣ ବହୁତ ସହଜ, ଆରାମଦାୟକ ଥିଲା ଆଉ ମୁଁ ବହୁତ ରୋମାଞ୍ଚିତ ଥିଲି । ସେ ଆହୁରି ମଧ୍ୟ  କହିଛନ୍ତି ଯେ,  ତେଜସ୍‌ ବିମାନକୁ ମୁଁ  ଏଥିପାଇଁ ବାଛିଲି ଯେ, ଏହା ସ୍ୱଦେଶ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ।

rajnath

ରାଜନାଥ ମଧ୍ୟ ପୂର୍ଣ୍ଣରୂପେ ଭାରତରେ ବିକଶିତ ଏହି ଲଢୁଆ ବିମାନ ସହ ପରିଚିତ ହୋଇଥିଲେ । ଗୁରୁବାର ପୂର୍ବାହ୍ନରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ଲଢୁଆ ବିମାନ ତେଜସ୍‌ରେ ଉଡ଼ିଛନ୍ତି ।  ୬୮ ବର୍ଷିୟ ରାଜନାଥ ସିଂହ ଦୁଇ ଆସନ ବିଶିଷ୍ଟ ଲଢୁଆ ଜେଟ୍‌ କକ୍‌ପିଟ୍‌ରେ ଥିବା ପାଇଲଟ୍‌ଙ୍କ ପଛ ପଟେ ବସିଥିଲେ। ନ୍ୟାସ୍‌ନାଲ୍‌ ଫ୍ଲାଇଟ୍‌ ଟେଷ୍ଟ୍‍ ସେଣ୍ଟର୍‌ର ପ୍ରୋଜେକ୍ଟ୍‌ ଡାଇରେକ୍ଟର୍‌ (ଫ୍ଲାଇଟ୍‌ ଟେଷ୍ଟ୍‍) ଏୟାର୍‌ ଭାଇସ୍‌ ମାର୍ସାଲ୍‌ ନର୍ମଦେଶ୍ୱର ତିଓ୍ଵାରି ଏହି ବିମାନକୁ ଚଳାଇଥିଲେ।   ୩୦ ମିନିଟ୍‌ର  ଉଡ଼ାଣ ପୂର୍ବରୁ ରାଜନାଥ ସିଂହ ୪୫ ସ୍କ୍ଵାଡ୍ରୋନ୍‌ ଫ୍ଲାଇଙ୍ଗ୍‌ ଡାଗର୍‌ଙ୍କ ଦ୍ୱାରା ଏଲ୍‌ସିଏ ତେଜସ୍‌ର କ୍ଷମତା ସଂକ୍ରାନ୍ତରେ ଅବଗତ ହୋଇଥିଲେ।

Rajnath

ହିନ୍ଦୁସ୍ତାନ ଏରୋନଟିକ୍ସ୍‍ ଲିମିଟେଡ୍‌ ଏବଂ ଏରୋନଟିକାଲ୍‌ ଡେଭଲପ୍‌ମେଣ୍ଟ୍‌ ଏଜେନ୍‌ସି ଦ୍ୱାରା ତେଜସ୍‌ର ଡିଜାଇନ୍‌ ଓ ବିକାଶ କରାଯାଇଛି । ମିଗ୍‌-୨୧ ବାଇସନ୍‌ ପରିବର୍ତ୍ତେ ଗୋଟିଏ ଇଞ୍ଜିନ୍‌ ଥିବା ତେଜସ୍‌କୁ ବାୟୁସେନାରେ ସାମିଲ କରାଯିବା ନେଇ ସୂଚନା ମିଳିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top