ଦେଶ

କାହାକୁ ମିଳିବ ବିଜେପି ରାଜ୍ୟସଭା ଟିକେଟ୍‌ ?  ଆସନ୍ତାକାଲି ଆସିପାରେ ଲିଷ୍ଟ !

ନୂଆଦିଲ୍ଲୀ: କାହାକୁ ମିଳିବ ବିଜେପି ରାଜ୍ୟସଭା ଟିକେଟ୍‌ ? ରାଜ୍ୟସଭାର 55 ସିଟ୍‌ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିଛି ରାଜନୈତିକ ଦଳ ନିଜ ଆଶାୟୀମାନଙ୍କ ନାମ ମଧ୍ୟ ଘୋଷଣା କରିସାରିଛନ୍ତି । କିନ୍ତୁ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ପର୍ଯ୍ୟନ୍ତ ତାର ନାମ ଘୋଷଣା କରିନାହିଁ । ତେବେ ଆଶଙ୍କା କରାଯାଉଛି ଯେ ଆସନ୍ତା କାଲି ଅର୍ଥାତ୍‌ ମଙ୍ଗବାର ଦିନ ସନ୍ଧ୍ୟା 6ଟାରେ କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ହେବ । ଏହି ବୈଠକରେ 16 ସିଟ୍‌ ଉପରେ ଆଶାୟୀଙ୍କ ନାମ ଘୋଷଣା କରାଯିବ ।

ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନିତିଶ ଗଡକରୀ, ଥବାରଚନ୍ଦ ଗହଲୋତ ଓ ବିଜେପି ସଙ୍ଗଠନ ମନ୍ତ୍ରୀ ବିଏଲ ସନ୍ତୋଷ ଉପସ୍ଥିତ ରହିବେ ।  ରାଜ୍ୟସଭାରେ 17 ରାଜ୍ୟର 55 ସିଟ୍‌ ରେ ସଦସ୍ୟଙ୍କ କାର୍ଯ୍ୟକାଳ ଅପ୍ରେଲ  ମାସର ଭିନ୍ନ ଭିନ୍ନ ତାରିଖରେ ସମ୍ପୂର୍ଣ୍ଣ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top