ଦେଶ

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ପୂର୍ବତନ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବା ଅମର ସିଂହ ସିଙ୍ଗାପୋରର ଏକ ହସ୍ପିଟାଲରେ ଟ୍ରିଟ୍‌ମେଣ୍ଟ ହେଉଥିଲେ । ମିଳିଥିବା ସୂଚନା ଅନୁସାରେ ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ପାଖରେ ପରିବାର ଲୋକ ଥିଲେ । ତେବେ 2013ରେ ତାଙ୍କ କିଡନୀ ପ୍ରତିରୋପଣ ହୋଇଥିଲା ।

 ଆଜି ସକାଳେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବାଲ ଗଙ୍ଗାଧର ତୀଲକଙ୍କ ସମାନାର୍ଥେ ଏକ ଟ୍ୱିଟ୍‌ ମଧ୍ୟ କରିଥିଲେ ଅମର ସିଂହ  । ଇଦ ଅଲ ଆଦା ପାଇଁ ବି ଦେଇଥିଲେ ଶୁଭେଚ୍ଛା । ତାଙ୍କର ଏହି ଟ୍ୱିଟ୍‌ରୁ ଜଣାପଡ଼ିଥିଲା ଯେ ଶ୍ରୀଯୁକ୍ତ ସିଂହ ସୁସ୍ଥ ଥିଲେ ।

ମାର୍ଚ୍ଚ 22ରେ ସେ ଏକ ଭିଡିଓ ଟ୍ୱିଟ୍ କରି କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ପାଇଁ ଅପିଲ କରିଥିଲେ । ପରେ ମାର୍ଚ୍ଚ 2ରେ ତାଙ୍କ ମୃତ୍ୟୁର ମିଥ୍ୟା ଖବର ପ୍ରଚାରିତ ହେଉଥିବା ନେଇ ଟ୍ୱିଟ୍‌ କରିବା ସହ ଟାଇଗର ଅଭି ଜିନ୍ଦ ହୈ ବୋଲି ଲେଖିଥିଲେ ଅମର ସିଂହ  । ତେବେ ଅମର ସିଂହଙ୍କ ମୃତ୍ୟୁରେ ରାଜନୈତିକ ମହଲ ସହ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top