ଧର୍ମ

ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ଭଉଣୀ ବାନ୍ଧିବ ସେନେହର ଡୋରୀ

rakhi_

ଅର୍ଗସ ବ୍ୟୁରୋ : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ସାରା ଜୀବନ ସବୁ ବିପଦ ଆପଦ ବେଳେ ରକ୍ଷା କରିବା ପାଇଁ ଭଉଣୀଟିଏ ତାର ବାଇକୁ ରକ୍ଷା ବନ୍ଧନ ବାନ୍ଧି ଥାଏ। ଏହି ରକ୍ଷା ବନ୍ଧନ ଭାଇ ଓ ଭଉଣୀର ଅତୁଟ ପ୍ରେମ ଓ ଅନାବିଳ ସ୍ନେହର ଏକ ପବିତ୍ର ବନ୍ଧନ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ଏହିଦିନ ଭଉଣୀଟିଏ ଭାଇର ଶୁଭ ମାନସୀ ଭାଇ ହାତରେ ବାନ୍ଧି ଦିଏ ସେନେହର ଡୋରୀ । ଭାଇ ମଧ୍ୟ ଭଉଣୀର ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିବାର ଶପଥ ନେଇଥାଏ ।

ଚଳିତ ବର୍ଷ ମହାମାରୀ କରୋନା କାରଣରୁ ଅନ୍ୟ ବର୍ଷ ତୁଳନାରେ ବଜାରରେ ସେତେ ଭିଡ଼ ନାହିଁ। କରୋନା କଟକଣା କାରଣରୁ ବଜାର ଖାଁ ଖାଁ। ରାକ୍ଷୀ ବେପାର ମଧ୍ୟ ମାନ୍ଦା ହୋଇଛି। ଲୋକମାନେ ହାତ ତିଆରି ରାକ୍ଷୀ କରୁଥିବା ଦେଖିବାକୁ ମିଳିଛି। ତେବେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top