ନ୍ୟୁଜ୍

ରାଜଧାନୀରେ ସମାବେଶ ଉପରେ କଟକଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମସିର ନିର୍ଦ୍ଦେଶ

BMC

ଭୁବନେଶ୍ୱର: ଏବେ ରାଜଧାନୀ ଭୁବନେଶ୍ୱରରେ ସଭା, ସମାବେଶ ତଥା କୌଣସି ଶୋଭାଯାତ୍ରା, ଧାରଣା କଲେ ପଡ଼ିବ ମହଙ୍ଗା । ନିର୍ଦ୍ଦେଶକୁ ଅପେକ୍ଷା ନକରି କାର୍ଯ୍ୟାନୁଷ୍ଠାନ ନେବେ ସ୍ଥାନୀୟ ଆଇଆଇସି । ଏଭଳି ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

କରୋନା ମହାମାରୀ ପାଇଁ ରାଜଧାନୀରେ ଲାଗୁ ହୋଇଛି ଏହି କଟକଣା । ବିଏମସି ଅଧିନ ଅଞ୍ଚଳରେ କୌଣସି ସଭା ହୋଇପାରିବ ନାହିଁ । ଏହା ବ୍ୟତୀତ କୌଣସି ସଙ୍ଗଠନ ଓ ରାଜନୈତିକ ଦଳ ସମାବେଶ କରିପାରିବେ ନାହିଁ । ତେବେ ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଥିଲେ ବି ଏଥିରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା ।

କିଛି ସଂସ୍ଥା ଶୋଭାଯାତ୍ରା କରିଥିବା ବିଏମସି ନଜରକୁ ଆସିଥିଲା । ଏନେଇ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି । ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ । କିନ୍ତୁ ଏବେଠୁ ଏହାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି । ସଭା, ଶୋଭାଯାତ୍ରା ଆଦିରେ ସାମାଜିକ ଦୂରତା ନିୟମ ମାନିବା ସମ୍ଭପର ହେଉନାହିଁ ତେଣୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଛି ବୋଲି ଜଣାଇଛି ବିଏମସି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top