ଜୀବନ ମନ୍ତ୍ର

ଭୂମି ପୂଜନ ଉତ୍ସବ ପାଇଁ କାର୍ଡ ବଣ୍ଟନ ଆରମ୍ଭ, ନିମନ୍ତ୍ରଣ ପତ୍ରରେ ରହିଛି ସିକ୍ୟୁରିଟି କୋଡ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବକୁ ଆଉ ମାତ୍ର 48 ଘଣ୍ଟାରୁ କମ୍‌ ସମୟ ରହିଛି । ଅଗଷ୍ଟ 5ରେ ଏହି ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ନେପାଳ ପର୍ଯ୍ୟନ୍ତ ସବୁ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ଭାରତୀୟ ଭୋଗଳର ସବୁ ସ୍ଥାନ ଏଠାରେ ପ୍ରଦର୍ଶନ କରାଯିବ । ସନ୍ଥମାନଙ୍କ ସମେତ ମୋଟ 175 ଜଣ ଉପସ୍ଥିତ ରହିବେ ।

ଅନ୍ୟପଟେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଛି । ଏହି ନିମନ୍ତ୍ରଣ ପତ୍ରରେ ସିକ୍ୟୁରିଟି କୋଡ ରହିଛି । ଏହା କେବଳ ଥରେ ବ୍ୟବହାର ହୋଇପାରିବ । ଥରେ ପ୍ରବେଶ କରିବା ପରେ ନୁନର୍ବାର ପ୍ରବେଶ ପାଇଁ ମିଳିବନି ଅନୁମତି । କିଛି ଇଲେକ୍ଟ୍ରିକ ଉପକରଣ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।

ନିମନ୍ତ୍ରଣ କାର୍ଡରେ ରହିଛି ସ୍ୱତନ୍ତ୍ର ନମ୍ବର  । ଏହା ଦେଖିବା ପରେ ପୋଲିସ ଭିତରକୁ ପ୍ରବେଶ ପାଇଁ ଦେବେ ଅନୁମତି । ମୋବାଇଲ ସମେତ କ୍ୟାମେରା ଓ ଅନ୍ୟାନ୍ୟ ଇଲେକଟ୍ରୋନିକ ଉପକରଣ ନେବା ନିଷିଦ୍ଧ । ସେପଟେ କାର୍ଡ ଅନ୍ୟକୁ ହସ୍ତାନ୍ତର କରାଯାଇପାରିବ ନାହିଁ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top