ଦେଶ

ଆଜି ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହେଲେ ରାଷ୍ଟ୍ରପତି, ଟ୍ଵିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ: ଆଜି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଘୂର୍ଣ୍ଣିଝଡ ଅମ୍ଫାନ ଯୋଗୁ ହୋଇଥିବା କ୍ଷୟକ୍ଷତି ପରିପ୍ରେକ୍ଷୀରେ ଲୋକମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିଥିବା ଟ୍ୱିଟ୍ ଯୋଗେ ଜଣାଇଛନ୍ତି ରାଷ୍ଟ୍ରପତି ।  ରାଷ୍ଟ୍ରପତି ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆଜି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲି ଏବଂ ଘୂର୍ଣ୍ଣିଝଡ ଅମ୍ଫନ ଯୋଗୁ ହୋଇଥିବା କ୍ଷୟକ୍ଷତି ପରିପ୍ରେକ୍ଷୀରେ ଲୋକମାନଙ୍କ ସୁରକ୍ଷା ବିଷୟରେ ମୋର ଚିନ୍ତା ପ୍ରକଟ କରିଛି । ଏହି ସଙ୍କଟ କାଳରେ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ଲାଗି ଦେଶ ଏକାଠି ହୋଇଛି । ପ୍ରାର୍ଥନା କରୁଛି ଓ ମୋର ବିଶ୍ୱାସ ରହିଛି ଯେ, ଏହି ଅଞ୍ଚଳ ବିପତ୍ତିରୁ ଖୁବଶୀଘ୍ର ଦୃଢତାର ସହିତ ମୁକୁଳିବ ବୋଲି ରାଷ୍ଟ୍ରପତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top