ଜୀବନ ମନ୍ତ୍ର

ଘୁଞ୍ଚିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ବିକ୍ଷୋଭ ପରେ ବଦଳିଲା ପରୀକ୍ଷା ତାରିଖ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ +3ର ଶେଷ ବର୍ଷ ସେମିଷ୍ଟର ତାରିଖ ଘୁଞ୍ଚାଇ ଦେଇଛନ୍ତି । ଏହି ପରୀକ୍ଷାକୁ 15 ଦିନ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି ।

ସେମିଷ୍ଟର ପରୀକ୍ଷା  ସ୍ଥଗିତ ରଖିବାକୁ ବିକ୍ଷୋଭ କରିଥିଲେ ଛାତ୍ରୀ । କରୋନା ମହାମାରୀ ମଧ୍ୟରେ ପରୀକ୍ଷା କରିବା ନିଷ୍ପତ୍ତି ବିରୋଧରେ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିବା ପରେ କର୍ତ୍ତୃପକ୍ଷ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । +3ର ଷଷ୍ଠ ସେମିଷ୍ଟର ପରୀକ୍ଷା ଜୁନ 25ରେ ହେବାର ଥିଲା । କିନ୍ତୁ ଏନେଇ ପୂର୍ବରୁ ମଧ୍ୟ ଛାତ୍ରୀମାନେ ଏକ ଦାବିପତ୍ର କୂଳପତି ଓ ପିଜି କାଉନସିଲ ଚେୟାରମ୍ୟାନଙ୍କୁ ଦେଇଥିଲେ ।

ତେବେ ଛାତ୍ରୀମାନଙ୍କର କହିବା କଥା,  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସମାଜିକ ଦୂରତା ରଖିବା ନିହାତି ଜରୁରୀ ହୋଇଥିବା ବଳେ ଅଫ୍‌ ଲାଇନ୍‌ ପରୀକ୍ଷା ବିପଦ ଆଣିବ । ତେଣୁ କର୍ତ୍ତୃପକ୍ଷ ଅନ୍ୟ କିଛି ଉପାୟ କରନ୍ତୁ କିମ୍ବା ପରୀକ୍ଷା ସ୍ଥଗିତ ରଖନ୍ତୁ । ଶେଷରେ ନଇଁଲେ କର୍ତ୍ତୃପକ୍ଷ ଆଉ 15 ଦିନ ଘଞ୍ଚିଲା +3ର ଷଷ୍ଠ ସେମିଷ୍ଟର ପରୀକ୍ଷା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top